ଓଡିଶା

odisha

By

Published : Nov 28, 2019, 4:27 AM IST

ETV Bharat / state

ଧାନ ନେବାକୁ ମିଲର୍ସଙ୍କୁ ଦେବାକୁ ପଡିବ ପ୍ରଦୂଷଣ ମୁକ୍ତ ପ୍ରମାଣ ପତ୍ର

ଧାନ ସଂଗ୍ରହ ପାଇଁ ମିଲ ମାଲିକଙ୍କୁ ଏବେ ପ୍ରଦୂଷଣ ମୁକ୍ତ ପ୍ରମାଣ ପତ୍ର ଦେବାକୁ ପଡିବ ବୋଲି ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ବିବେକାନନ୍ଦ କରକରା କହିଛନ୍ତି ।

ଦୂଷଣ ମୁକ୍ତ ପ୍ରମାଣ ପତ୍ର
ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଜିଲ୍ଲାରେ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଛି । ଏଥର ମିଲ ମାଲିକମାନେ ପ୍ରଦୂଷଣ ମୁକ୍ତ ପ୍ରମାଣ ପତ୍ର ନ ଦେଲେ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ । ଏବେ ପ୍ରଦୂଷଣ ଉପରେ ଜନସାଧାରଣ ବେଶ ସଚେତନ ହୋଇ ଥିବାରୁ ମିଲର୍ସଙ୍କ ମନମୁଖୀ କାର୍ଯ୍ୟକୁ ପ୍ରଶାସନ ପ୍ରଶୟ ଦେବ ନାହିଁ ବୋଲି ଜଣାଯାଉଛି । ରାଇସ ମିଲ ସଂଖ୍ୟା କମ ଥିବାରୁ ବାଧ୍ୟ ହୋଇ ସମସ୍ତ 41 ଗୋଟି ମିଲର୍ସଙ୍କୁ ସାମିଲ କରାଯାଉଥିଲା । ହେଲେ ଏବେ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବା ପାଇଁ ମିଲ ମାଲିକମାନେ ବାଧ୍ୟତାମୂଳକ ଭାବେ ପ୍ରମାଣପତ୍ର ସବୁ ଦାଖଲ କରିବେ ବୋଲି ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ବିବେକାନନ୍ଦ କରକରା କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ହେଲେ ଏଯାଏଁ ଯୋଗ୍ୟ ରାଇସ ମିଲର୍ସମାନଙ୍କ ପ୍ରମାଣ ପତ୍ରଗୁଡ଼ିକ ତନଖି କରାଯାଇ ନାହିଁ । ବିଗତ ଦିନରେ ଜିଲ୍ଲାର 7ଟି ମିଲର୍ସଙ୍କ ଆବଶ୍ୟକ ପ୍ରମାଣ ପତ୍ର ନ ଥାଇ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଇଥିଲା । ବିଶେଷକରି ପ୍ରଦୂଷଣ ମୁକ୍ତ ରାଇସ ମିଲ ବୋଲି ମାଲିକମାନେ ପ୍ରମାଣ ପତ୍ର ଦେଇ ନ ଥିଲେ ବି ସେମାନଙ୍କୁ ଧାନ କ୍ରୟରେ ସାମିଲ କରାଯାଇ ଧାନ ଦିଆ ଯାଇଥିଲା । ଜିଲ୍ଲାରେ ଧାନ ଉତ୍ପାଦନ ତୁଳନାରେ ରାଇସ ମିଲ ନ ଥିବାରୁ ଆବଶ୍ୟକ ପ୍ରମାଣ ପତ୍ର ଦାଖଲ କରି ନ ଥିବା ମିଲର୍ସ ମାନଙ୍କୁ ସୁଯୋଗ ଦିଆ ଯାଇଥିବା ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସ୍ୱୀକାର କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details