ସୁବର୍ଣ୍ଣପୁର: ଉଲୁଣ୍ଡା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ କରୁଛନ୍ତି । ଚଳିତ ବର୍ଷର ଖରିଫ ଧାନ ଅମଳ ହେବା ସମୟରେ ହାତୀ ଜଙ୍ଗଲରୁ ବସ୍ତି ଅଞ୍ଚଳକୁ ଆସି ଧାନ ଫସଲ ନଷ୍ଟ କରୁଛନ୍ତି । ବିଶେଷକରି ଦୀପପାଲି, ରାଧାନଗର, ଢେଳେଇ, ସିଂହପାଲି , ବଘାରମୁଣ୍ଡା, ବଡମାଲ ଆଦି ଅଞ୍ଚଳରେ ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ଉଲୁଣ୍ଡାରେ ହାତୀ ଉପଦ୍ରବ, ନଷ୍ଟ କଲେଣି ବ୍ୟାପକ ଧାନ - ହାତୀଙ୍କ ପାଇଁ ବ୍ୟାପକ
ଉଲୁଣ୍ଡା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ କରୁଛନ୍ତି । ଚଳିତ ବର୍ଷର ଖରିଫ ଧାନ ଅମଳ ହେବା ସମୟରେ ହାତୀ ଜଙ୍ଗଲରୁ ବସ୍ତି ଅଞ୍ଚଳକୁ ଆସି ଧାନ ଫସଲ ନଷ୍ଟ କରୁଛନ୍ତି । ଅଧିକ ପଢନ୍ତୁ..
ତେବେ ହାତୀ ଘଉଡାଇବା ପାଇଁ ଚାଷୀମାନେ ବେଶ ହଇରାଣ ହେଉଛନ୍ତି। ଜଙ୍ଗଲ ବିଭାଗ ପକ୍ଷରୁ ହାତୀ ଟ୍ରାକିଂଗ ଦଳ ରହିଛନ୍ତି । ତେବେ ଟ୍ରାକିଂ ଦଳ ହାତୀଙ୍କ ସୁରକ୍ଷା ଓ କେଉଁ ଜାଗାରୁ କେଉଁ ଅଞ୍ଚଳକୁ ଗଲେ ତାହା କେବଳ ରିପୋର୍ଟ କରୁଛନ୍ତି । ତେବେ ଜଙ୍ଗଲ ବିଭାଗ ପକ୍ଷରୁ ଫସଲ ସୁରକ୍ଷା ଓ ହାତୀ ଘଉଡାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି ।
ଗୋଟିଏ ଏକର ଚାଷ ପାଇଁ ଅଠର ହଜ଼ାର ଖର୍ଚ୍ଚ ହେଉଥିବା ବେଳେ କ୍ଷତିପୂରଣ ସମୂଦ୍ରକୁ ଶଙ୍ଖେ ବୋଲି ଅଭିଯୋଗ ହେଉଛି । ଚାଷୀ ମାନେ ହାତୀ ଘଉଡାଇବା ପାଇଁ ତତ୍ପରତା ଦେଖାଇଲେ ଚାଷୀ ଉପକୃତ ହେବେ ବୋଲି କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ