ସୁବର୍ଣ୍ଣପୁର: ଜିଲ୍ଲାର ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ଆଜି(ସୋମବାର) ଜିଲ୍ଲା ମାଗଣା ସ୍ବାସ୍ଥ୍ୟସେବା ଓ ଚିକିତ୍ସା ପାଇଁ ନିଜ ଦାବି ଉପସ୍ଥାପନ କରିଛନ୍ତି । ପରିଣତ ବୟସରେ ବର୍ଷର ଅଧିକାଂଶ ସମୟରେ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଭଲ ରହୁନଥିବାବେଳେ ପେନସନର ସିଂହ ଭାଗ ଚିକିତ୍ସାରେ ଖର୍ଚ୍ଚ ହେଉଥିବା କହିଛନ୍ତି । ବ୍ୟୟବହୁଳ ଚିକିତ୍ସା କରିବାରେ ପେନସନଭୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି । ପରିଣତ ବୟସରେ ନା ସରକାର ନା ବ୍ୟାଙ୍କ କୌଣସି ଋଣ ପ୍ରଦାନ କରୁଛି ।
ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଦାବି - ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ଦାବି
ସୁବର୍ଣ୍ଣପୁର ଜିଲ୍ଲାର ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ଆଜି(ସୋମବାର) ଜିଲ୍ଲା ମାଗଣା ସ୍ବାସ୍ଥ୍ୟସେବା ଓ ଚିକିତ୍ସା ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ଦାବି
ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ଦାବି
ତେବେ ବୟସ ବଢିବା ସାଙ୍ଗକୁ ସ୍ବାସ୍ଥ୍ୟ ଅବସ୍ଥା ଜଟିଳ ହେଉଛି । ବ୍ୟୟବହୁଳ ଚିକିତ୍ସା ପାଇଁ ପେନସନଭୋଗୀମାନେ କୌଣସି ଆର୍ଥିକ ସହାୟତା ପାଉନାହାନ୍ତି । ଫଳରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ଘୋର୍ ଆର୍ଥିକ ଅଭାବର ଶିକାର ହେଉଛନ୍ତି । ତେଣୁ ବିଜୁ କଲ୍ୟାଣ ଯୋଜନା ପରି ଏକ ଜନକଲ୍ୟାଣକାରୀ ଯୋଜନାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ସାମିଲ କରି ଏକ ସ୍ମାର୍ଟକାର୍ଡ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ
TAGGED:
ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ଦାବି