ଓଡିଶା

odisha

ETV Bharat / state

ପାଖେଇ ଆସୁଛି ଘୋଷଯାତ୍ରା, ପାତାଳୀ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ - ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପ୍ରସ୍ତୁତି

ଜଗନ୍ନାଥ ସଂସ୍କୃତିର ପ୍ରତିରୂପ କୁହାଯାଉଥିବା ସୁବର୍ଣ୍ଣପୁରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ । ଗତ ଦୁଇ ବର୍ଷ ପରେ ଆଡମ୍ବର ଭାବେ ପାଳନ କରାଯିବ। ପାତାଳୀ ଶ୍ରୀକ୍ଷେତ୍ର ଭାବେ ପରିଚିତ ସୁବର୍ଣ୍ଣପୁରରେ ଚଳିତ ଥର ପ୍ରାୟ 196ରୁ ଊର୍ଦ୍ଧ୍ବ ଦଧିବାମନ ଓ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଅଧିକ ପଢ଼ନ୍ତୁ

ratha yatra preparation in subarnapur
ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପ୍ରସ୍ତୁତି

By

Published : Jun 27, 2022, 2:22 PM IST

ସୁବର୍ଣ୍ଣପୁର:ଜଗନ୍ନାଥ ସଂସ୍କୃତିର ପ୍ରତିରୂପ କୁହାଯାଉଥିବା ସୁବର୍ଣ୍ଣପୁରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗତ ଦୁଇ ବର୍ଷ ପରେ ଆଡମ୍ବର ଭାବେ ପାଳନ କରାଯିବ । ପାତାଳୀ ଶ୍ରୀକ୍ଷେତ୍ର ଭାବେ ପରିଚିତ ସୁବର୍ଣ୍ଣପୁରରେ ଚଳିତ ଥର ପ୍ରାୟ 196ରୁ ଊର୍ଦ୍ଧ୍ବ ଦଧିବାମନ ଓ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ।

ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପ୍ରସ୍ତୁତି

ସୋନପୁର ଗଡଜାତରେ ଗାଁରୁ ସହର ସବୁଠି ରଥ କାର୍ଯ୍ୟ ଆଗେଇ ଚାଲିଛି । ସଦର ମହକୁମାରେ ଚୌହାନ ଶାସନ ଅମଳରୁ ବେଶ ଜାକଜମକରେ ପାଳିତ ହେଉଥିବା ଏହି ରଥଯାତ୍ରା ପାଇଁ ଦେବୋତ୍ତର ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ଦୁଇ ଦିନ ଧରି ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶ୍ରୀଗୁଣ୍ଡିଚା ଗୁଡିରେ ଜଗନ୍ନାଥ ଓ ବଳଭଦ୍ରଙ୍କ ବେଶ ପାଇଁ ସେବାୟତମାନେ କାର୍ଯ୍ୟ କରିଛନ୍ତି। ସେହିପରି ଶ୍ରୀ ଗୁଣ୍ଡିଚା ଗୁଡିରେ ବିଗ୍ରହମାନଙ୍କ ଅବସ୍ଥାନ କାଳରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଶ୍ରଦ୍ଧାଳୁମାନେ ଗତ ଦୁଇ ବର୍ଷ ପରେ ବିଗ୍ରହମାନଙ୍କ ଦର୍ଶନ ସୁଯୋଗ ପାଇବା ନେଇ ବେଶ ଉତ୍ସାହିତ ଅଛନ୍ତି।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details