ଓଡିଶା

odisha

ETV Bharat / state

ଗର୍ଭବତୀ ମହିଳାଙ୍କ ଶରୀରରେ ବିରଳ ଅସ୍ତ୍ରୋପଚାର, ସ୍ଥାନୀୟରେ ଚର୍ଚ୍ଚା - ସୁବରଣ୍ଣପୁରରେ ବିରଳ ଅପରେସନ ଘଟଣା

ସୁବର୍ଣ୍ଣପୁରର ଏକ ଘରୋଇ ନର୍ସିଂହୋମରେ ବିରଳ ଅସ୍ତ୍ରୋପଚାର ହୋଇଛି । ଜଣେ ଗର୍ଭବତୀ ମହିଳାଙ୍କ ଶରୀରରେ ଏହି ଅସ୍ତ୍ରୋପଚାର ହେବା ପରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେସ୍ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରର ଗର୍ଭବତୀ ମହିଳାଙ୍କ ଶରୀରରେ ବିରଳ ଅସ୍ତ୍ରୋପଚାର
ସୁବର୍ଣ୍ଣପୁରର ଗର୍ଭବତୀ ମହିଳାଙ୍କ ଶରୀରରେ ବିରଳ ଅସ୍ତ୍ରୋପଚାର

By

Published : Nov 21, 2020, 4:29 PM IST

ସୁବର୍ଣ୍ଣପୁର: ସହର ସ୍ଥିତ ଏକ ଘରୋଇ ନର୍ସିଂହୋମରେ ବିରଳ ଅସ୍ତ୍ରୋପଚାର ହୋଇଛି । ଜଣେ ଗର୍ଭବତୀ ମହିଳାଙ୍କ ଶରୀରରେ ଏହି ବିରଳ ଅସ୍ତ୍ରୋପଚାର କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଖବରକୁ ନେଇ ବେଶ୍ ଚର୍ଚ୍ଚା କରାଯାଉଛି। ଅସ୍ତ୍ରୋପଚାରରେ ଉଭୟ ମାଆ ଓ ଶିଶୁ ସୁରକ୍ଷିତ ଥିବାରୁ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପରିବାର ଲୋକେ ।

ସୁବର୍ଣ୍ଣପୁରରେ ଗର୍ଭବତୀ ମହିଳାଙ୍କ ଶରୀରରେ ବିରଳ ଅସ୍ତ୍ରୋପଚାର

ସୂଚନା ଅନୁଯାୟୀ ଆଜି(ଶନିବାର) ବୌଦ୍ଧ ଜିଲ୍ଲା ଘଣ୍ଟାପଡାର ଜଣେ ମହିଳାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ସୁବର୍ଣ୍ଣପୁର ସ୍ଥିତ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମହିଳାଙ୍କୁ ଟ୍ୟୁମର ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ଡାକ୍ତର ମନୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ 4 ଜଣିଆ ଡାକ୍ତରୀ ଦଳ ମହିଳାଙ୍କର ଅସ୍ତ୍ରୋପଚାର କରି ଜଣେ କନ୍ୟା ସନ୍ତାନକୁ ଜନ୍ମଦେବା ସହ ମହିଳାଙ୍କ ପେଟରୁ 2ଟି ବଡ ବଡ ଟ୍ୟୁମରକୁ ଅପରେସନ ପରେ କାଢିଛନ୍ତି ।

ତେବେ ଟ୍ୟୁମର 2ଟିର ଓଜନ ପ୍ରାୟ 4 କିଲୋଗ୍ରାମରୁ ଅଧିକ ହେବ ବୋଲି ନର୍ସିଂହୋମ ପକ୍ଷରୁ ସୂଚନା ମିଳିଛି । ଯଦିଓ ଆୟୁର୍ବିଜ୍ଞାନ ଅସ୍ତ୍ରୋପଚାରରେ ଏହା ଏକ ସାଧାରଣ ଘଟଣା, ତଥାପି ସୁବର୍ଣ୍ଣପୁର ପରି ଏକ ଛୋଟ ସହରରେ ଏଭଳି ଅସ୍ତ୍ରୋପଚାର ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟପଟେ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରସୂତିଙ୍କ ପରିବାର ଲୋକଙ୍କ ସହ ନର୍ସିଂହୋମ କର୍ତ୍ତୃପକ୍ଷ ଓ ସ୍ବେଚ୍ଛାସେବୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details