ସୁବର୍ଣ୍ଣପୁର: ପବିତ୍ର ଗୁରୁ ଦିବସରେ ଗୁରୁ ନାଁରେ ଲାଗିଛି କଳଙ୍କ । ଗୁରୁ ଜଣଙ୍କ ନାମରେ ଟିଉସନ ପଢାଉଥିବା ଛାତ୍ରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରେ ସଂପୃକ୍ତ ରସିକିଆ ଶିକ୍ଷକଙ୍କ ସହ ଜଣେ ସହଯୋଗୀ ଗିରଫ ହୋଇଛନ୍ତି ।
ଅଭିଯୋଗ ଅନୁଯାୟୀ, ସୋନପୁର ସହରାଞ୍ଚଳରେ ୧୨ ବର୍ଷର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିଛନ୍ତି । ପୀଡ଼ିତାଙ୍କ ଘରେ ଟିଉସନ କରୁଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି।