ଓଡିଶା

odisha

ETV Bharat / state

ଅଦିନିଆ ବର୍ଷାରେ ବେହାଲ ସୁବର୍ଣ୍ଣପୁର - rain in odisha

ଲଗାଣ ବର୍ଷାରେ ବେହାଲ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା । ଦୋକାନବଜାର ବନ୍ଦ ରହିଥିବା ବେଳେ ସହରରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

raining continue in subarnapur district
ଅଦିନିଆ ବର୍ଷାରେ ବେହାଲ ସୁବର୍ଣ୍ଣପୁର

By

Published : Mar 6, 2020, 10:45 PM IST

ସୁବର୍ଣ୍ଣପୁର: ଗତ ଚାରିଦିନ ଧରି ସୁବର୍ଣ୍ଣପୁର ଜିଲ୍ଲାରେ ଅଦିନିଆ ବର୍ଷା ଲାଗି ରହିଛି । ମଝିରେ ମଝିରେ ଘଡଘଡି ସହ ପ୍ରବଳ ବର୍ଷା ହେଉଛି । ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଶନିବାର ଅପରାହ୍ନରେ ପ୍ରବଳ ବର୍ଷା ହେବାରୁ ଦୋକାନ ବଜାର ବନ୍ଦ ରହିଥିଲା ।

ଅଦିନିଆ ବର୍ଷାରେ ବେହାଲ ସୁବର୍ଣ୍ଣପୁର

ସହରର ତ୍ରୃଟିପୂର୍ଣ୍ଣ ଡ୍ରେନେଜ ଯୋଗୁଁ ଅନେକ ଦୋକାନ ଭିତରକୁ ପାଣି ପଶି ଯାଇଥିବା ଦେଖିବାକୁ ମିଳିଥିଲା । ସହରର ଖାଲୁଆ ରାସ୍ତାରେ ଦୀର୍ଘ ସମୟ ଧରି ପାଣି ଜମି ରହିଥିଲା । ଫଳରେ ଯାତାୟତରେ ଲୋକେ ଅସୁବିଧାର ସମ୍ମୁଖିନ ହୋଇଥିଲେ ।

ଏବେ ଜିଲ୍ଲାର ବିଭିନ୍ନ ଜାଗାରେ ମୁଗ ଓ ବିରି ଆଦି ଡାଲିଜାତୀୟ ଶସ୍ୟ ଚାଷ ହୋଇଥିଲା । ବର୍ଷା ଯୋଗୁଁ ଚାଷୀ ଅଧିକ କ୍ଷତି ସହିବେ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଭାଳେଣୀ ପଡିଲାଣି । ଅନ୍ୟପଟେ ବର୍ଷା ଯୋଗୁଁ ଜିଲ୍ଲାରେ ଥଣ୍ଡା ପବନ ବହିବାରେ ଲାଗିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details