ଓଡିଶା

odisha

ETV Bharat / state

ସ୍ବଳ୍ପ ବର୍ଷାରେ ବେହାଲ ସୁବର୍ଣ୍ଣପୁର ସହର, ସୃଷ୍ଟି ହେଉଛି କୃତ୍ରିମ ବନ୍ୟା - କୃତିମ ବନ୍ୟା

ପୌର ପରିଷଦ ପକ୍ଷରୁ ତିଆରି ହୋଇଥିବା ଡ୍ରେନ ଉପରେ ଅନେକ ଲୋକ ଜବରଦଖଲ କରିଥିବାରୁ ବର୍ଷା ଜଳ ନିଷ୍କାସନରେ ସମସ୍ୟା ଦେଖାଦେଇଛି । ଅଧିକ ପଢନ୍ତୁ...

ସ୍ବଳ୍ପ ବର୍ଷାରେ ବେହାଲ ସୁବର୍ଣ୍ଣପୁର ସହର, ସୃଷ୍ଟି ହେଉଛି କୃତିମ ବନ୍ୟା
ସ୍ବଳ୍ପ ବର୍ଷାରେ ବେହାଲ ସୁବର୍ଣ୍ଣପୁର ସହର, ସୃଷ୍ଟି ହେଉଛି କୃତିମ ବନ୍ୟା

By

Published : Jul 15, 2020, 1:19 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର ବଡ ବଜାରରେ ଜବରଦଖଲ ଉଚ୍ଛେଦ ପାଇଁ ଦାବି ହେଉଛି । ପୌର ପରିଷଦ ପକ୍ଷରୁ ତିଆରି ହୋଇଥିବା ଡ୍ରେନ ଉପରେ ଅନେକ ଲୋକ ଜବରଦଖଲ କରି ଥିବାରୁ ବର୍ଷା ଜଳ ନିଷ୍କାସନରେ ସମସ୍ୟା ଦେଖାଦେଇଛି । ଅନେକ ଜବରଦଖଲକାରୀ ସରକାରୀ ଜାଗା ଓ ଡ୍ରେନ ଉପରେ ଘର କରିଥିବାବେଳେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଗଢି ଉଠିଛି ।

ସ୍ବଳ୍ପ ବର୍ଷାରେ ବେହାଲ ସୁବର୍ଣ୍ଣପୁର ସହର, ସୃଷ୍ଟି ହେଉଛି କୃତିମ ବନ୍ୟା

ଫଳରେ ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ବର୍ଷାରେ କୁତ୍ରିମ ବନ୍ୟା ସୃଷ୍ଟି ହେଉଛି। କିଛିଦିନ ପୂର୍ବେ ପୌର ପରିଷଦ ଓ ରାଜସ୍ୱ ବିଭାଗର ମିଳିତ ଉଦ୍ୟମରେ କିଛି ଲୋକଙ୍କ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ମାତ୍ର ଦଶଟି ଜବରଦଖଲ ଉଚ୍ଛେଦ କରାଯାଇଥିବା ବେଳେ ଏବେବି ଶହ ଶହ ଲୋକ ଜବରଦଖଲରେ ଅଛନ୍ତି। ଫଳରେ ଅଳ୍ପ ବର୍ଷାରେ ବି ବର୍ଷା ଜଳ ନିଷ୍କାସନ ହୋଇ ନ ପାରି କୁତ୍ରିମ ବନ୍ୟା ହେଉଛି ।

ଏବେ ଜବରଦଖଲ ଉଚ୍ଛେଦ କରାଯାଇଥିବା ଲୋକେ ପ୍ରଶାସନ ପକ୍ଷପାତ କରୁଥିବା ଅଭିଯୋଗ କରୁଛନ୍ତି। ଅପରପକ୍ଷରେ ଜବରଦଖଲ ଉଚ୍ଛେଦ କରିବା ସହିତ ପାଣି ନିଷ୍କାସନ କରିବା ପାଇଁ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details