ଓଡିଶା

odisha

ETV Bharat / state

ମନ୍ଥର ଗତିରେ ଚାଲିଛି ଖୋର୍ଦ୍ଧା-ବଲଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ - ସୁବର୍ଣ୍ଣପୁର ରେଳ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ

ରେଲୱେ ପ୍ରକଳ୍ପରେ ବିଳମ୍ବ ନେଇ ଅଭିଯୋଗ। ଜିଲ୍ଲାରେ ଖୋର୍ଦ୍ଧା- ବଲାଙ୍ଗୀର ରେଲୱେ ପ୍ରକଳ୍ପର କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅଧିକ ପଢ଼ନ୍ତୁ

railway project work delayed in subarnapur
ମନ୍ଥର ଗତିରେ ଖୋର୍ଦ୍ଧା-ବଲଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ

By

Published : Feb 4, 2022, 5:19 PM IST

ସୁବର୍ଣ୍ଣପୁର: ରେଲୱେ ପ୍ରକଳ୍ପରେ ବିଳମ୍ବନା ନେଇ ଅଭିଯୋଗ। ଜିଲ୍ଲାରେ ଖୋର୍ଦ୍ଧା- ବଲାଙ୍ଗୀର ରେଲୱେ ପ୍ରକଳ୍ପର କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ମନ୍ଥର ଗତିରେ ଖୋର୍ଦ୍ଧା-ବଲଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ

ସୁବର୍ଣ୍ଣପୁର ଜିଲ୍ଲା ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ରେଳ ମନ୍ତ୍ରଣାଳୟ ଆଠ ଶହ କୋଟିରୁ ଅଧିକ ଟଙ୍କାର ଅନୁଦାନ କରିଛନ୍ତି । ତେଣୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଯାଇଛି। ଏଥିସହ ରେଳଲାଇନ ପାଇଁ ଆବଶ୍ୟକ ପୋଲର କାମ ମଧ୍ୟ ଚାଲିଛି । ହେଲେ ଏହାର କାମ ଆଜି ଯାଏ ଶେଷ ହୋଇ ପାରିନାହିଁ। ବଲାଙ୍ଗୀର ପଟରୁ ମାତ୍ର 9 କିଲୋମିଟର କାର୍ଯ୍ୟ ଶେଷ ହୋଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଆଦୌ ରେଳ ଲାଇନ ବିଛା ଯାଇ ପାରିନାହିଁ ।

ପୂର୍ବରୁ 2022 ମସିହା ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେବେ କାର୍ଯ୍ୟରେ ବିଳମ୍ବ ଦେଖି ଏହାର ନିର୍ମାଣ କାର୍ଯ୍ୟ ଶେଷ ନେଇ ଆଶା ଆଶଙ୍କାରେ ଜିଲ୍ଲାବାସୀ। ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ହୋଇଥିବା ଠିକାଦାରଙ୍କ ଅବହେଳିତ କାମ ନେଇ ଜିଲ୍ଲାବାସୀ ଅଭିଯୋଗ କରିଛନ୍ତି। ଏହି କାର୍ଯ୍ୟରେ ଜିଲ୍ଲାପାଳ ତଦାରଖ କରିବା ପାଇଁ ଦାବି ମଧ୍ୟ କରିଛନ୍ତି। ତେବେ ଏହି ପ୍ରକଳ୍ପ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଲେ ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପ ଶୀଘ୍ର ହୋଇପାରିବା ନେଇ ଜନସାଧାରଣ ମତ ପ୍ରକାଶ କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details