ଓଡିଶା

odisha

ETV Bharat / state

ସରକାରୀ ଜମିକୁ ନେଇ ଚଞ୍ଚକତା, ଥାନା ଘେରିଲା ସୁରକ୍ଷା ମଞ୍ଚ - ସରକାରୀ ଜମିକୁ ନିଜ ଜମି କହି ବିକ୍ରି ଅଭିଯୋଗ

ଚଞ୍ଚକତାର ସହ ପଇସା ନେଇ ସରକାରୀ ଜମିକୁ ନିଜ ଜମି କହି ବିକ୍ରି ଅଭିଯୋଗ । ପୀଡିତାକୁ ନ୍ୟାୟ ପ୍ରଦାନ ଦାବିରେ ସୁରକ୍ଷା ମଞ୍ଚ ପକ୍ଷରୁ ଥାନା ଘେରାଉ । ଅଧିକ ପଢ

ସରକାରୀ ଜମିକୁ ନିଜ ଜମି କହି ବିକ୍ରି ଅଭିଯୋଗ, ସୁରକ୍ଷା ମଞ୍ଚ ପକ୍ଷରୁ ଥାନା ଘେରାଉ
ସରକାରୀ ଜମିକୁ ନିଜ ଜମି କହି ବିକ୍ରି ଅଭିଯୋଗ, ସୁରକ୍ଷା ମଞ୍ଚ ପକ୍ଷରୁ ଥାନା ଘେରାଉ

By

Published : May 5, 2022, 11:59 AM IST

ସୁବର୍ଣ୍ଣପୁର:ଚଞ୍ଚକତାର ସହ ପଇସା ନେଇ ସରକାରୀ ଜମିକୁ ନିଜ ଜମି କହି ବିକ୍ରି ଅଭିଯୋଗ । ପ୍ରତିବାଦ କରିବାରୁ ପୀଡିତାଙ୍କ ଉପରକୁ ଆକ୍ରମଣ ଅଭିଯୋଗ । ପୀଡିତାକୁ ନ୍ୟାୟ ପ୍ରଦାନ ଦାବିରେ ସୁରକ୍ଷା ମଞ୍ଚ ପକ୍ଷରୁ ଥାନା ଘେରାଉ ।

ସରକାରୀ ଜମିକୁ ନିଜ ଜମି କହି ବିକ୍ରି ଅଭିଯୋଗ, ସୁରକ୍ଷା ମଞ୍ଚ ପକ୍ଷରୁ ଥାନା ଘେରାଉ

ସୂଚନାଅନୁସାରେ, ପଦ୍ମାଗିରୀ ନାମକ ଜଣେ ବ୍ୟକ୍ତି 20 ହଜାର ଟଙ୍କାରେ ସରକାରୀ ଜମିକୁ ନିଜ ଜମି ବୋଲି କହି ଜାଇ ସ୍ବାଇଁଙ୍କୁ ବିକ୍ରି କରିଥିଲେ । ତେବେ ଗତ ପ୍ରାୟ ତିନି ମାସ ହେବ ସେଠାର ଏକ କୁଡିଆ କରି ଜାଇ ସ୍ବାଇଁ ରହି ଆସୁଥିଲେ । ହେଲେ ଏବେ ପୌର ପରିଷଦ ଜାଇ ସ୍ବାଇଁଙ୍କୁ ଏହା ସରକାରୀ ଯାଗା ବୋଲି ଉଚ୍ଛେଦ କରିବା ପାଇଁ ନୋଟିସ ଦେବା ପରେ ଜାଇ ଓ ପଦ୍ମାଙ୍କ ଭିତରେ ପାଟି ତୁଣ୍ଡ ହୋଇଥିଲା । ଜାଇ ନିଜ ଟଙ୍କା ଫେରସ୍ତ କରିବା ପାଇଁ ପଦ୍ମାଙ୍କୁ କହିବାରୁ ପଦ୍ମା ଓ ତାଙ୍କ ଝିଅମାନେ ପୀଡିତା ଜାଇକୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି ।

ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚର କାର୍ଯ୍ୟକର୍ତ୍ତା ପଦ୍ମାଗିରିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।ସେପଟେ ପୋଲିସ ଆସନ୍ତାକାଲି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶୃତି ଦେବା ପରେ ମହିଳାମାନେ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details