ଓଡିଶା

odisha

ଖେଳ ପଡିଆ ସମ୍ପ୍ରସାରଣ ଦାବିରେ ଛାତ୍ରଛାତ୍ରୀ-ଅଭିଭାବକଙ୍କ ବିକ୍ଷୋଭ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ପଞ୍ଚାମହଲା ଗାଁ 5ଟି ହାଇସ୍କୁଲର ଛାତ୍ରଛାତ୍ରୀ ଓ ଅଭିିଭାବକ ଜିଲ୍ଲା ପ୍ରଶାସନ ଆଗରେ ନିରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

By

Published : Dec 21, 2021, 7:01 PM IST

Published : Dec 21, 2021, 7:01 PM IST

ଖେଳ ପଡିଆ ସମ୍ପ୍ରସାରଣ ଦାବିରେ ଛାତ୍ରଛାତ୍ରୀ-ଅଭିଭାବକଙ୍କ ନିରବ ବିକ୍ଷୋଭ
ଖେଳ ପଡିଆ ସମ୍ପ୍ରସାରଣ ଦାବିରେ ଛାତ୍ରଛାତ୍ରୀ-ଅଭିଭାବକଙ୍କ ନିରବ ବିକ୍ଷୋଭ

ସୁବର୍ଣ୍ଣପୁର: ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ପଞ୍ଚାମହଲା ଗାଁ 5ଟି ହାଇସ୍କୁଲର ଛାତ୍ରଛାତ୍ରୀ ଓ ଅଭିିଭାବକ ଜିଲ୍ଲା ପ୍ରଶାସନ ଆଗରେ ନିରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରାୟ 32 ବର୍ଷ ହେଲା ପଞ୍ଚମହଲା ଗାଁରେ ହାଇସ୍କୁଲ ପ୍ରତିଷ୍ଠା କରାଯାଇଥିଲା ।

ତେବେ ଛାତ୍ରଛାତ୍ରୀ ତଥା ଅଭିଭାବକ ବିଦ୍ୟାଳୟର ଖେଳପଡିଆ ସମ୍ପସାରଣ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି । ହାଇସ୍କୁଲ ପଛପାଖରେ ଥିବା ସରକାରୀ ଜମିରେ ଛାତ୍ରଛାତ୍ରୀ ଖେଳକୁଦ କରି ଆସୁଛନ୍ତି । ଖେଳ ପଡିଆଟି ନିହାତି ଛୋଟ ହେଉଥିବାରୁ ଗାଁ ଲୋକେ ଜିଲ୍ଲା ପ୍ରଶାସନ ପାଖରେ ପଡିଆ ପାଖରେ ଥିବା ଗୋଚର ଜମିରୁ କିଛି ଅଂଶ ଖେଳ ପଡିଆରେ ମିଶ୍ରଣ କରିବା ପାଇଁ ଦାବି କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ସ୍ଥାନୀୟ ତହସିଲଦାର ଓ ରାଜସ୍ବ ନୀରିକ୍ଷକଙ୍କ ସହିତ ଖେଳ ପଡିଆ ପରିଦର୍ଶନ କରିଥିଲେ ।

ଖେଳ ପଡିଆ ସମ୍ପ୍ରସାରଣ ଦାବିରେ ଛାତ୍ରଛାତ୍ରୀ-ଅଭିଭାବକଙ୍କ ନିରବ ବିକ୍ଷୋଭ

ତେବେ ରାଜସ୍ବ ନିରୀକ୍ଷକଙ୍କୁ ଗୋଚର ଜମି ମିଶ୍ରଣ କରିବା ପାଇଁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜସ୍ବ ନୀରିକ୍ଷକ ଜମି ଚିହ୍ନଟ କରିବା ପାଇଁ ଯିବା ପରେ ଗୋଚର ଜମି ଜବରଦଖଲ କରି ରଖିଥିବା ଲୋକେ ରାଜସ୍ବ ନୀରିକ୍ଷକଙ୍କୁ ଜମି ଚିହ୍ନଟ କରିବାକୁ ମନା କରିଦେଇଥିଲେ । ଫଳରେ ଖେଳ ପଡିଆ କାର୍ଯ୍ୟ ଅଧାରେ ଅଟକି ରହିଛି । ଗୋଚର ଜମି ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ସହିତ ଗୋଚର ଜମି ଚିହ୍ନଟ କରି ବିଦ୍ୟାଳୟର ଖେଳ ପଡିଆରେ ମିଶ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details