ସୁବର୍ଣ୍ଣପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ ପଟ୍ଟାଭାଡି ଅଞ୍ଚଳରେ ଜବରଦଖଲ ଉଚ୍ଛେଦ । ସରକାରୀ ଜାଗାରେ ଘର କରି ରହୁଥିବାର ଲୋକଙ୍କୁ ଉଚ୍ଛେଦ କରାଯାଉଛି । ରାସ୍ତା ପ୍ରଶସ୍ତ ପାଇଁ ମହାନଦୀ ପୋଲ ଠାରୁ କୁନ୍ଦୁରୁକୁଶଲ ଛକ ପର୍ଯ୍ୟନ୍ତ ରହୁଥିବା 21ଟି ପରିବାର ଓ ଅସ୍ଥାୟୀ ଦୋକାନକୁ ହଟାଯାଉଛି । ଅନ୍ୟପଟେ, ଦୀର୍ଘ ଦିନ ଧରି ଘର ରହିଆସୁଥିବା ବ୍ୟକ୍ତି ଏହି ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିବା ସହ ଦାବି ଜଣାଇଛନ୍ତି ।
ରାସ୍ତା ପ୍ରଶସ୍ତୀକରଣ ନେଇ ଉଚ୍ଛେଦ: ବିରୋଧ କଲେ କ୍ଷତିଗ୍ରସ୍ତ ପରିବାର - compensation demand '
ସୁବର୍ଣ୍ଣପୁର ପଟ୍ଟାଭାଡି ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ । ରାସ୍ତା ପ୍ରଶସ୍ତ କରିବା ଦିଗରେ 21ଟି ପରିବାର ସହ ଅସ୍ଥାୟୀ ଦୋକାନକୁ ଉଚ୍ଛେଦ କରାଯାଉଥିବାବେଳେ ଏହାକୁ ବିରୋଧ କରାଯାଇଛି ।
ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟଙ୍କୁ ନିଯୁକ୍ତି ଦିଆଯିବା ସହ ଜିଲ୍ଲା ପୋଲିସର ସହାୟତାରେ ସଦର ପୌର ପରିଷଦ ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି । ଗତ କିଛି ତଳେ ମହାନଦୀ ପୋଲରୁ କୁନ୍ଦୁରୁ କୁଶଳ ଛକ ଯାଏଁ ରାସ୍ତାର ଉଭୟ ପାର୍ଶ୍ବରେ ଥିବା 11 ଶହ ଗଛ କଟାଯାଇଥିଲା । ତେବେ ଏହି ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର କାର୍ଯ୍ୟ ସରିଥିବାବେଳେ ଜିଲ୍ଲାପ୍ରଶାସନ ପକ୍ଷରୁ ଜାଗା ଦିଆଗଲେ ରାସ୍ତା କାମ ଆରମ୍ଭ ହେବ ବୋଲି ସଦର ତହସିଲଦାରଙ୍କ ପାଖରୁ ସୂଚନା ମିଳିଛି ।
ସେପଟେ, କ୍ଷତିଗ୍ରସ୍ତ ପରିବାରଙ୍କୁ ଜାଗା ମିଶନ ଯୋଜନାରେ ଘର ଉପଯୋଗୀ ଜମି ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ କ୍ଷତିଗ୍ରସ୍ତମାନେ ଦାବି କରିଛନ୍ତି । ଏହି ଉଚ୍ଛେଦ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାରେ ଚାଲିଥିବା ପୌର ପରିଷଦ ନିର୍ବାହୀ ଅଧିକାରୀ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ