ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ପ୍ରୋଗ୍ରେସ ଇନର ସମ୍ମିଳନୀ କକ୍ଷରେ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୧୨ ତାରିଖରେ ସୁବର୍ଣ୍ଣପୁର ସହରର ଟାଉନ ହଲ ଠାରେ ଜିଲ୍ଲା ବିଜୁ ଓ ଯୁବ ଛାତ୍ର ନେତୃତ୍ୱ ସମ୍ମିଳନୀ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଏହି ସମାବେଶରେ ରାଜ୍ୟ ବିଜୁ ଛାତ୍ର ସଭାପତି ବ୍ୟୋମକେଶ ରାୟ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଜିଲ୍ଲାର ଦୁଇ ବିଧାୟକ ତଥା ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହିତ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉପସ୍ଥିତ ରହିବେ ବୋଲି ସାମ୍ବାଦିକଙ୍କୁ ସୂଚନା ଦିଆଯାଇଛି ।