ଓଡିଶା

odisha

ETV Bharat / state

ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ 3 ଲକ୍ଷ 80 ହଜାର ଟଙ୍କା ବ୍ୟୟବରାଦ - ବ୍ୟୟବରାଦ

ପାତଳୀ ଶ୍ରୀକ୍ଷେତ୍ର ଭାବେ ପରିଚିତ ସୁବର୍ଣ୍ଣପୁରରେ ରଥଯାତ୍ରା ପାଳନ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉପଜିଲ୍ଲାପାଳଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Jun 25, 2019, 2:46 PM IST

ସୁବର୍ଣ୍ଣପୁର: ଆଗକୁ ରଥଯାତ୍ରା । ଏଥିପାଇଁ ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ଦେବତ୍ତୋର ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରଥଯାତ୍ରା ପ୍ରସ୍ତୁତି ନେଇ ବ୍ୟାପକ ଆଲୋଚନା ହୋଇଥିଲା

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ବିଶେଷ କରି ରଥ ନିର୍ମାଣ, ରୀତିନୀତି, ଦେବ ଅଳଙ୍କାର ତଥା ରଥ ଟଣା ଉପରେ ଆଲୋଚନା ହୋଇଥିଲା । ଏହାସହ ରଥ ଟଣା ପର୍ବ, ମାଉସୀ ମା' ମନ୍ଦିର ପ୍ରାଙ୍ଗଣରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଶ୍ରୀଜଗନ୍ନାଥ ଓ ବଳଭଦ୍ର ଦେବଙ୍କ ଦଶାବତାର ପର୍ବ ସମ୍ପର୍କରେ ଆସିଥିବା ମତାମତ ଉପରେ ଆଲୋଚନା କରାଯାଇ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ଏଥିସହ ରଥଯାତ୍ରା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ 3 ଲକ୍ଷ 80 ହଜାର ଟଙ୍କା ବ୍ୟୟବରାଦ କରାଯାଇଛି। ମାଉସୀ ମା' ମନ୍ଦିର ସାଂସ୍କୃତିକ କମିଟି ତରଫରୁ ଶ୍ରଦ୍ଧାଳୁଙ୍କ ଶାନ୍ତି ଶୃଙ୍ଖଳାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଭିନ୍ନ ବେଶ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି ।

ଏହି ବୈଠକରେ ପୋଲିସ ବିଭାଗର ବହୁ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ, ବିଦ୍ୟୁତ ବିଭାଗ, ସହରାଞ୍ଚଳ ଜଳ ଯୋଗାଣ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details