ସୁବର୍ଣ୍ଣପୁର:ଜିଲ୍ଲା କୃଷି ବିଭାଗରେ 57 ପ୍ରତିଶତ ପଦବୀ ଖାଲି ପଡିଛି । 184 ଜଣ କୃଷି କର୍ମଚାରୀଙ୍କ ଜାଗାରେ ଅଛନ୍ତି ମାତ୍ର 80 ଜଣ କର୍ମଚାରୀ । ତେବେ ଜିଲ୍ଲାର ଚାଷୀ କୃଷି ବିଭାଗ ପକ୍ଷରୁ ଆବଶ୍ୟକ କୃଷି ସହାୟତା ଓ କୃଷି ପରାମର୍ଶ ପାଇବାରୁ ବଞ୍ଚିତ ହେଉଛନ୍ତି । କୃଷି କର୍ମଚାରୀମାନେ ମଧ୍ୟ ଆବଶ୍ୟକ କ୍ଷେତ୍ର ପରିଦର୍ଶନ କରି ପାରୁ ନାହାନ୍ତି । ଫଳରେ ଚାଷୀ ପରାମର୍ଶ ଓ ସହାୟତା ପାଇବାରୁ ବଞ୍ଚିତ ହୋଇ କ୍ଷତି ସହୁଛନ୍ତି ଚାଷୀ ।
ଜିଲ୍ଲାରେ କୃଷି ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଅନେକ ରାଜନୈତିକ ବ୍ୟକ୍ତି ବିଶେଷ ବିଭିନ୍ନ ସମୟରେ ଭାଷଣ ଦେଉଛନ୍ତି । ହେଲେ ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ତ ଦୂର କଥା କୃଷି ବିଭାଗରେ ଖାଲି ପଡିଥିବା ପଦ ପଦବୀ ମଧ୍ୟ ପୂରଣ କରାଯାଇ ପାରୁନାହିଁ । ଜିଲ୍ଲା ଅଧିକ ଅମଳକ୍ଷମ ଶସ୍ୟ ଓ ଉତ୍ପାଦିକା ଶକ୍ତିରେ ନାଁ କରିବା ସହିତ ତିନି ଥର କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷି କର୍ମଣ ପୁରସ୍କାର ପାଇଛି । ହେଲେ ସବୁ ସମୟରେ ଜାଣିଶୁଣି ଜିଲ୍ଲାର ଚାଷୀଙ୍କୁ ଠକି ଚାଲିଛନ୍ତି ସରକାର ।