ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ ବଢୁଛି ପ୍ରଦୂଷଣ, ତାତିରେ ଅସ୍ତବ୍ୟସ୍ତ ଜନଜୀବନ

ସୁବର୍ଣ୍ଣପୁରରେ ବଢୁଛି ପ୍ରଦୂଷଣ । ତାତିରେ ଅସ୍ତବ୍ୟସ୍ତ ଜନଜୀବନ । ଅଧିକ ପଢନ୍ତୁ...

pollution increasing day by day in subarnapur
ସୁବର୍ଣ୍ଣପୁରରେ ବଢୁଛି ପ୍ରଦୂଷଣ , ତାତିରେ ଅସ୍ତବ୍ୟସ୍ତ ଜନଜୀବନ

By

Published : Apr 28, 2021, 7:06 AM IST

ସୁବର୍ଣ୍ଣପୁର:ସହରରେ ଦିନକୁ ଦିନ ଖରା ତାତି ବଢିବାରେ ଲାଗିଛି । ଗ୍ରୀଷ୍ମ ପ୍ରବାହରେ ଜନ ଜୀବନ ଦିନକୁ ଦିନ ଅସ୍ତବ୍ୟସ୍ତ ହୋଇ ପଡୁଛି । ସହରର ଅନେକ ସ୍ଥାନରେ ପିଇବା ପାଣି ପାଇଁ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଅସାମାଜିକ ଲୋକେ ସହର ଭିତରେ ପଡି ରହିଥିବା ପର୍ବତ ପ୍ରମାଣ ଅଳିଆ ଉପରେ ନିଆଁ ଲଗେଇ ଦେଉଥିବାରୁ ସହରରେ ଧୂଆଁଳିଆ ପରିବେଶ ସୃଷ୍ଟି ହେବା ସହିତ ପ୍ରଦୂଷଣ ବଢୁଛି । ସଦର ପୌର ପରିଷଦ ଅଳିଆ ଆବର୍ଜନା ଉଠାଉ ନ ଥିବାରୁ ଲୋକେ ପରିଷ୍କାର ପରିଛନ୍ନତା ପାଇଁ ଅଳିଆ ପୋଡି ଦେଉଛନ୍ତି ।

ସୁବର୍ଣ୍ଣପୁରରେ ବଢୁଛି ପ୍ରଦୂଷଣ , ତାତିରେ ଅସ୍ତବ୍ୟସ୍ତ ଜନଜୀବନ

ସେହିପରି ଅସାମାଜିକ ଲୋକେ ସହର ଭିତରେ ଥିବା ସୂତାକଳର ଶାଗୁଆନ ବଗିଚାରେ ନିଆଁ ଲଗାଇ ଦେଇଥିବାରୁ ସହରର ଉତ୍ତାପ ବଢିଛି । ଅର୍ଜୁନପୁର ଜଙ୍ଗଲରେ ନିଆଁ ଲଗାଇ ଦେଇଥିବାରୁ ଦିନକୁ ଦିନ ଉତ୍ତାପ ବଢିବା ସହିତ ପ୍ରଦୂଷଣ ବି ବଢୁଛି । ଫଳରେ ଲୋକେ ଏବେ ଅଣନିଶ୍ବାସୀ ହୋଇ ପଡୁଛନ୍ତି । ଜିଲ୍ଲା ପ୍ରଶାସନ ,ବନ ବିଭାଗ ଓ ସଦର ପୌର ପରିଷଦ ନିଆଁ ଲଗାଇବାରେ ଆଖି ଦୃଶିଆ ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details