ସୁବର୍ଣ୍ଣପୁର : ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖାରୀ ଅଞ୍ଚଳରେ ଚାଷୀମାନେ ଠୁଣ୍ଟି ପୁଆଳ ଜାଳି ଦେଉଥିବା ଦେଖିବାକୁ ମିଳିଛି। ବିଶେଷକରି ସୁବର୍ଣ୍ଣପୁର-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ କଡରେ ଥିବା ଚାଷ ଜମିରେ ନିଆଁ ଲଗାଇ ଦେଉଛନ୍ତି। ଚଳିତ ରବି ଋତୁରେ ଚାଷ କାର୍ଯ୍ୟ ପାଇଁ ପରାଳି ଜାଳି ଦେଉଥିବାରୁ ଧୂଆଁରେ ରାସ୍ତାରେ ଯାଉଥିବା ଲୋକେ ଅଣ ନିଶ୍ବାସୀ ହୋଇପଡୁଛନ୍ତି। ଏପରିକି ଆଖପାଖ ଗାଁ ଗୁଡ଼ିକରେ ଧୂଆଁଳିଆ ପରିବେଶ ସୃଷ୍ଟି ହେଉଥିବାବେଳେ ଭୀଷଣ ଭାବେ ବାୟୁ ପ୍ରଦୂଷଣ ହେଉଛି । ଚାଷ ଜମିର ନିଆଁ ଯୋଗୁଁ ଅଞ୍ଚଳରେ ଗରମ ପବନ ବୋହୁଛି ।
ହୁତୁହୁତୁ ହୋଇ ଜଳୁଛି ପରାଳି: କମୁଛି ମାଟିର ଉର୍ବରତା, ହନ୍ତସନ୍ତ ହେଉଛନ୍ତି ଲୋକେ - ସୁବର୍ଣ୍ଣପୁର ଖବର
ଜଳୁଛି ପରାଳି ହେଉଛି ପ୍ରଦୂଷଣ । ହନ୍ତସନ୍ତ ହେଉଛନ୍ତି ଲୋକେ । ଅଧିକ ପଢନ୍ତୁ...
ଜଳୁଛି ପରାଳି ହେଉଛି ପ୍ରଦୂଷଣ ,ହନ୍ତସନ୍ତ ହେଉଛନ୍ତି ଲୋକେ
ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ପରାଳି ଜଳିବା ପାଇଁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଚାଷୀ ମାନଙ୍କୁ ବାରମ୍ବାର ବାରଣ କରାଯାଉଛି। ହେଲେ ଚାଷୀ ମାନେ ମାନୁ ନାହାଁନ୍ତି। ପରାଳି ଜଳିବା ଯୋଗୁଁ ମାଟିର ଉର୍ବରତା ବି କମି କମି ଯାଉଛି। ହେଲେ ଚାଷୀଙ୍କ ଭିତରେ ସଚେତନତା ଅଭାବ ଓ ଜିଲ୍ଲା ପ୍ରଶାସନର ଅଙ୍କୁଶର ଅଭାବ ଯୋଗୁଁ ଏଭଳି ଅପ୍ରୀତିକର ପରିବେଶ ଦେଖାଦେଉଛି । ତେବେ ପରାଳି ଜାଳୁଥିବା ଚାଷୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ତା, ଇଟିଭି ଭାରତ