ସୁବର୍ଣ୍ଣପୁର: ସଦର ଥାନା ଅନ୍ତର୍ଗତ ବିସିମୁଣ୍ଡା ଗାଁରେ ହୋଇଥିବା ହତ୍ୟାକାଣ୍ଡର କାରଣ ଖୋଜିବାରେ ଲାଗିଛି ପୋଲିସ । ହତ୍ୟାକାଣ୍ଡର କାରଣ ଖୋଜିବା ପାଇଁ ମୃତକର ପରିବାର ଲୋକଙ୍କୁ ପଚରାଉଚୁରା କରୁଛି ପୋଲିସ । ଗାଁ ଲୋକଙ୍କ ବୟାନ ଆଧାରରେ ହତ୍ୟାକାରୀ ତୁରନ୍ତ ପୋଲିସ କବଜାରେ ପଡିବ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ତେବେ ଆଶ୍ରମରେ ନିର୍ମାଣ ହେଉଥିବା ମନ୍ଦିରର ଅର୍ଥ ଯୋଗାଡ଼କୁ ନେଇ ବାବାଙ୍କ କିଛି ସମ୍ପର୍କୀୟ ବିରୋଧ କରୁଥିବା ଜଣାପଡିଛି ।
ଗତ ସୋମବାର ରାତିରେ ଶୋଇଥିବା ବେଳେ ବାବାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଗାଁରେ ଥିବା ରାଧାକୃଷ୍ଣ ମଠର ମଠାଧୀଶ କହ୍ନାଇ ଚରଣ ଦାସ ଓରଫ କୃଷ୍ଣଚନ୍ଦ୍ର ଦାସଙ୍କୁ ବେକ କାଟି ହତ୍ୟା କରାଯାଇଥିଲା । ସୁଚନାନୁଯାୟୀ, ବାବା ଦିନ ୧୦ଟା ଯାଏଁ ଉଠି ନ ଥିଲେ । ଏନେଇ ଗ୍ରାମବାସୀ କାହିଁକି ବାବା ଉଠି ନାହାନ୍ତି ବୋଲି ଦେଖିବାକୁ ଯାଇଥିଲେ । ତେବେ ଭିତରକୁ ଯିବା ପରେ ତାଙ୍କ ତଣ୍ଟି କଟା ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ସୋନପୁର ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ ।