ସୁବର୍ଣ୍ଣପୁର: ଗୋରୁ ଚାଲାଣ ବେଳେ ଧରିଲା ପୋଲିସ । ଉଦ୍ଧାର ଗୋରୁକୁ ନେଇଗଲେ ଲୋକେ । ଗୋରୁ ବୋଝେଇ ଟ୍ରକରୁ 23 ଗୋରୁ ନେଇଗଲେ ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି ଉଲୁଣ୍ଡା ଥାନା ଅନ୍ତର୍ଗତ ଲଖନପୁର ଠାରେ । ରାତିରେ ଗୋରୁ ଚାଲାଣ ବେଳେ ଉଦ୍ଧାର ହୋଇଥିବା ଏକ ଟ୍ରକର 23ଟି ଗୋରୁକୁ ଲୋକେ ନେଇଯାଇଛନ୍ତି । ସେହିପରି ଅନ୍ୟ ଏକ ଟ୍ରକରେ ଥିବା 18ଟି ଗୋରୁକୁ ଉଲୁଣ୍ଡା ପୋଲିସ ବୀରମହାରାଜପୁର ଗୋଶାଲାରେ ଜିମା ଦେଇଥିବା ବେଳେ 4ଟି ଗୋରୁ ମରିଯାଇଛନ୍ତି ।
ଚାଲାଣବେଳେ ଉଦ୍ଧାର କଲା ପୋଲିସ, ଟ୍ରକରୁ ଗୋରୁ ନେଇଗଲେ ଲୋକେ - ଗୋରୁ ଚାଲାଣ କୁ ଧରିଲା ପୋଲିସ
ଗୋରୁ ଚାଲାଣ ବେଳେ ଧରିଲା ପୋଲିସ । ଉଦ୍ଧାର 23 ଗୋରୁକୁ ବୋହି ନେଇଗଲେ ଲୋକେ । ଅଧିକ ସୂଚନା ପାଇଁ ପଢନ୍ତୁ ...

ଗୋରୁ ଚାଲାଣ କୁ ଧରିଲା ପୋଲିସ
ଗୋରୁ ଚାଲାଣ କୁ ଧରିଲା ପୋଲିସ
ଗତକାଲି ରାତିରେ ଦୁଇଟି ଗୋରୁ ବୋଝେଇ ଟ୍ରକକୁ ଲଖନପୁର ଗାଁଲୋକେ ଅଟକାଇଥିଲେ । ଗୋରୁ ମାନଙ୍କୁ ଅତି ଦୟନୀୟ ଭାବେ ଚାଲାଣ କରୁଥିବା ଦେଖିବାକୁ ପାଇଥିଲେ । ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଦୁଇଜଣ ଟ୍ରକ ଡ୍ରାଇଭର ଓ ଜଣେ ଗୋରୁ ବେପାରୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ତିନିଜଣଙ୍କ ଭିତରୁ ଯାଜପୁର ଜିଲ୍ଲାର ବାଉଧର ଓଝା ଓ ବାବାଜୀ ସ୍ବାଇଁ ବୋଲି ଜଣା ପଡିଛି । ପୋଲିସ ଗୋରୁଚାଲାଣ ସଂପର୍କରେ ତଦନ୍ତ ଜାରି ରଖିଥିବା ବେଳେ ଡ୍ରାଇଭର ଓ ବେପାରୀଙ୍କୁ ଅଟକ ରଖିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ.