ସୁବର୍ଣ୍ଣପୁର: ଅଧାରେ ରହିଗଲା ବାହାଘର । ବର ବେଶରେ ଥାନାରେ ଅଟକ ବର । ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ସୋନପୁର ସହରରେ । ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଇଛାପୁର ଗାଁରେ ଅମଜାତ ଖାଁ ବାହା ହେବା ପାଇଁ ସୋନପୁର ଆସିଥିଲେ । ହେଲେ ତାଙ୍କ ନାଁରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ରହିଥିବା ଯୋଗୁ ଗତ 27 ତାରିଖରେ ବୋଲଗଡ ଥାନାରେ ତାଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ହୋଇଥିଲା ।
ଅଧା ରହିଲା ବାହାଘର, ହତ୍ୟା ଅଭିଯୋଗରେ ବରକୁ ଉଠାଇନେଲା ପୋଲିସ - bridegroom arrested by police
ଅଧାରେ ରହିଗଲା ବାହାଘର । ବର ବେଶରେ ଥାନାରେ ଅଟକ ବର । ଅଧିକ ପଢନ୍ତୁ....

ଅଧା ରହିଲା ବାହାଘର , ହତ୍ୟା ଅଭିଯୋଗରେ ବରକୁ ଉଠାଇନେଲା ପୋଲିସ
ଅଧା ରହିଲା ବାହାଘର , ହତ୍ୟା ଅଭିଯୋଗରେ ବରକୁ ଉଠାଇନେଲା ପୋଲିସ
ଏହି ଅଭିଯୋଗ ଆଧାରରେ ବର ସୋନପୁର ସହରର ଝୁପୁଡିପଡାକୁ ଆସିଥିବା ବେଳେ ସଦର ପୋଲିସ ବରକୁ ଉଠାଇ ଆଣି ଥାନାରେ ଅଟକ ରଖିଥବା ଜଣାପଡିଛି । ଅପରପକ୍ଷରେ ବର ପକ୍ଷରୁ ବର ନାଁରେ ଥିବା ଅଭିଯୋଗକୁ ଖଣ୍ଡନ କରାଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ