ସୁବର୍ଣ୍ଣପୁର:କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ପାଇଁ ସିଲ ହେଲା ପେଟ୍ରୋଲ ପମ୍ପ । ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ପଟାଭାଡିଠାରେ ଥିବା ଦେବଜାନୀ ପେଟ୍ରୋଲ ପମ୍ପକୁ ଜିଲ୍ଲା ପ୍ରଶାସନ ସିଲ କରିଛି । ଏଠାକୁ ପେଟ୍ରୋଲ ନେବାକୁ ଆସୁଥିବା ଗ୍ରାହକ ମାସ୍କ ନ ପିନ୍ଧିବା ଓ କୋଭିଡ ନିୟମକୁ ମାନୁ ନ ଥିବାରୁ ପେଟ୍ରୋଲ ପମ୍ପ ମାଲିକଙ୍କ ପାଖରୁ 50 ହଜାର ଟଙ୍କା ଜୋରିମାନା ମଧ୍ୟ ଆଦାୟ କରାଯାଇଛି l
ବର୍ତ୍ତମାନ ଦେଶରେ କୋଭିଡ-19ର ଦ୍ଵିତୀୟ ଲହର ଫେରୁଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର କୋଭିଡ ସଂକ୍ରମଣ ସମ୍ଭାବନାକୁ ପ୍ରତିହତ କରିବାକୁ କୋଭିଡ ଗାଇଡ଼ଲାଇନକୁ ପୁନର୍ବାର କଡାକଡି ଭାବେ ଲାଗୁ କରିବା ଉପରେ ନିର୍ଦ୍ଦେଶାନାମା ଜାରି କରିଛନ୍ତି ।