ଓଡିଶା

odisha

ETV Bharat / state

ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି: ବୀରମହାରାଜପୁର ବନ୍ଦ - ermanet highcourt bench demand for protest

ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ବୁଧବାର  ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହରରେ ବନ୍ଦ ପାଳିତ ହୋଇଛି ।  ଅଧିକ ପଢନ୍ତୁ...

permanet highcourt bench demand for protest
ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ବିରମହରାଜପୁର ବନ୍ଦ

By

Published : Feb 5, 2020, 2:46 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ସହରରେ ବନ୍ଦ ପାଳିତ ହୋଇଛି । ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବନ୍ଦ ପାଳିତ ହୋଇଛି ।

ଅନେକ ସଂଗଠନ ଏହି ବନ୍ଦକୁ ସମର୍ଥନ କରିଥିବାରୁ ବୀରମହାରାଜପୁରରେ ବନ୍ଦ ପାଳନ ସଫଳ ରହିଛି । ପଶ୍ଚିମ ଓଡିଶା କ୍ରିୟାନୁଷ୍ଠାନ କମିଟି ଦେଇଥିବା ବନ୍ଦ ଡାକରାରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର କୋଶଳ କ୍ରାନ୍ତି ଦଳ ମଧ୍ୟ ସମର୍ଥନ କରି ବନ୍ଦ ଡାକରା ଦେଇଥିଲା ।

ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ବିରମହରାଜପୁର ବନ୍ଦ

ମାତ୍ର ସୁବର୍ଣ୍ଣପୁର ସଦର ମହକୁମାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିନଥିବାବେଳେ ଦୋକାନ ବଜାର ସ୍ବାଭାବିକ ଖୋଲା ରହିଛି । କେବଳ ବୀରମହାରାଜପୁରରେ ଲୋକେ ସ୍ବତଃ ପ୍ରବୃତ ଭାବେ ବନ୍ଦ କରିଛନ୍ତି । ଏଠାରେ ଗାଡି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି ।

ପଶ୍ଚିମ ଓଡିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଦୀର୍ଘ ଦିନ ହେବ ପଶ୍ଚିମ ଓଡିଶାବାସୀ ଦାବି କରିଆସୁଥିଲେ ହେଁ ସରକାର କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । ଏଥିପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତ୍ରୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details