ସୁବର୍ଣ୍ଣପୁର: ସ୍ଥାୟୀ ଜମିପଟ୍ଟା ପାଇଁ ଆନ୍ଦୋଳନରେ ବସିଛନ୍ତି ୩ଟି ପରିବାର । ସୁବର୍ଣ୍ଣପୁର ଜିଲ୍ଲାର ସଦର ସୋନପୁର ବ୍ଲକ କଲାପଥର ଗାଁର ୩ଟି ପରିବାର ଲୋକେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି । ଦୀର୍ଘ 60 ବର୍ଷ ଧରି ସରକାରୀ ସ୍ଥାନରେ ରହିଆସୁଛନ୍ତି ଅଷ୍ଟମୀ ତାଣ୍ଡି ଓ ତାଙ୍କ ଦୁଇ ପଡୋଶୀ । ହେଲେ ଉକ୍ତ ସରାକାରୀ ସ୍ଥାନରେ ଓମ୍ଫେଡ କାର୍ଯ୍ୟାଳୟ ନିର୍ମାଣ ହୋଇଛି । ଅଷ୍ଟମୀ ତାଣ୍ଡି ରହିଥିବା ସ୍ଥାନ ପଛରେ ରହିଛି ଅନେକ ଘରୋଇ ଜମି । ଏହି ଜମିକୁ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତୁତ ହୋଇଛି ଯୋଜନା । ଯାହାକୁ ନେଇ ଦେଖା ଦେଇଛି ବିବାଦ ।
ତେବେ ନିଜସ୍ୱ ଜାଗା ଖଣ୍ଡେ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନର ହେଇଛିନ୍ତି ଏହି ଗରିବ ଭୂମିହୀନ ପରିବାର । କଳାପଥର ଗାଁରେ ଓମ୍ଫେଡ଼ କମ୍ପାନୀର କାର୍ଯ୍ୟାଳୟ ତିଆରି କରାଯାଇଥିବା ବେଳେ ଓମ୍ଫେଡ଼ ସଂଲଗ୍ନ ସରକାରୀ ଜମିରେ ଅଷ୍ଟମୀ ତାଣ୍ଡି ଓ ତାଙ୍କ ଦୁଇ ପଡୋଶୀ ଘର କରି ରହି ଆସୁଛନ୍ତି । ତେବେ ଜବରଦଖଲକାରୀଙ୍କ ପଛ ପାଖରେ ଅନେକ ଘରୋଇ ମୂଲ୍ୟବାନ ଜମି ରହିଛି । ସେହି ଘରୋଇ ଜମିକୁ ରାସ୍ତା ତିଆରି ପାଇଁ ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି । ରାସ୍ତା ତିଆରି ହେଲେ ଉକ୍ତ ପରିବାର ବାସହରା ହେବା ସମ୍ଭାବନା ରହିଛି । ଯଦି ରାସ୍ତାଟି ଓମ୍ଫେଡ଼ ପାର୍ଶ୍ୱରେ ନିର୍ମାଣ କରାଯାଏ । ତାହାଲେ କୌଣସି ଅସୁବିଧା ହେବ ନାହିଁ ବୋଲି ଓମ୍ଫେଡ଼ କର୍ତ୍ତୃପକ୍ଷ ଓ ରାଜସ୍ୱ ଅଧିକାରୀଙ୍କୁ ପୂର୍ବରୁ ସେମାନେ ଗୁହାରୀ କରିଥିଲେ । କିନ୍ତୁ ସେମାନଙ୍କ ଗୁହାରୀ ଶୁଣିନଥିବା ଅଭିଯୋଗ କରିଛନ୍ତି ।