ସୁବର୍ଣ୍ଣପୁର: ଜିଲ୍ଲାରେ ଏଯାଏଁ ଜଣେ ହେଲେ ବି କୋଭିଡ-19 ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହୋଇ ନାହାନ୍ତି । ଏବେ କିନ୍ତୁ ଲକଡାଉନ କୋହଳ ହୋଇଥିବାରୁ ଲୋକଙ୍କ ଭିତରେ ସଂକ୍ରମଣକୁ ନେଇ ଭୟ ସୃଷ୍ଟି ହୋଇଛି । ବିଶେଷକରି ବାହାର ଜିଲ୍ଲା ଓ ବାହାର ରାଜ୍ୟର ଲୋକେ ସୁବର୍ଣ୍ଣପୁରକୁ ଆସିବାକୁ କୌଣସି ପ୍ରତିବନ୍ଧକ ନ ଥିବାରୁ ଖୁବ ଶୀଘ୍ର ଏହା ଅରେଞ୍ଜ ଜୋନରେ ପରିଣତ ହେବ ବୋଲି ଆଶା କରାଯାଉଛି ।
ଅରେଞ୍ଜ ଜୋନ ପାଇଁ ପ୍ରସ୍ତୁତ ହେଉଛି ସୁବର୍ଣ୍ଣପୁର ! - ସୁବର୍ଣ୍ଣପୁରର ଲୋକେ କୋଭିଡ19 ପାଇଁ ଭୟଭୀତ
ଜିଲ୍ଲାରେ ଏଯାଏଁ ଜଣେ ହେଲେ ବି କୋଭିଡ-19 ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହୋଇ ନାହାନ୍ତି । ଏବେ କିନ୍ତୁ ଲକଡାଉନ କୋହଳ ହୋଇଥିବାରୁ ଲୋକଙ୍କ ଭିତରେ ସଂକ୍ରମଣକୁ ନେଇ ଭୟ ସୃଷ୍ଟି ହୋଇଛି ।

ଅରେଞ୍ଜ ଜୋନ ହେବାକୁ ଆଉ ଅଳ୍ପ ସମୟ ବାକି
ଅରେଞ୍ଜ ଜୋନ ହେବାକୁ ଆଉ ଅଳ୍ପ ସମୟ ବାକି
ଦୈନିକ ଶହ ଶହ ଗାଡି ମୋଟରରେ ଲୋକେ ଆସି ମହାନଦୀରେ ସ୍ନାନ ଶୌଚ କରିବା ସହିତ ଆଖପାଖ ହୋଟେଲରୁ ଖାଦ୍ୟ ପାର୍ଶଲ ଆଣି ଖାଉଛନ୍ତି । ଫଳରେ ଅଚିହ୍ନା ଅଜଣା ଲୋକେ ସହରକୁ ଆସୁଥିବାରୁ ଏମାନେ କୋଭି-19 ର ବାହକ ହୋଇ ଜିଲ୍ଲାକୁ ଅରେଞ୍ଜ ଜୋନରେ ପରିଣତ କରିବେ ବୋଲି ଲୋକେ ଭୟ କରୁଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ