ଓଡିଶା

odisha

ETV Bharat / state

ବନ୍ୟା ବିପନ୍ନଙ୍କୁ ଚୂଡା ଚିନି ଦେଲେ ସ୍ଥାନୀୟ ଲୋକ ପ୍ରତିନିଧି

ସୁବର୍ଣ୍ଣପୁର ଜିଲ୍ଲା ଖାରୀ କୁମୁଣ୍ଡେ ପିଡବ୍ଲୁଡି ମେଣ୍ଡା-ଅର୍ଡା ରାସ୍ତା ଉପରେ ତିନିଫୁଟ ପାଣି ଚାଲିଛି । ହେଲେ ପାଣି ଘେରରେ ଫସିଥିବା ବନ୍ୟା ବିପନ୍ନଙ୍କ ପାଖରେ ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି ।

By

Published : Aug 13, 2019, 3:12 PM IST

Updated : Aug 13, 2019, 3:19 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ରାସ୍ତାରେ ପାଣି ଚାଲୁଥିବାରୁ ଯାତାୟତ ଠପ୍ ହେବା ସହ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ଖାରୀ କୁମୁଣ୍ଡେ ପିଡବ୍ଲୁଡି ମେଣ୍ଡା-ଅର୍ଡା ରାସ୍ତା ଉପରେ ତିନିଫୁଟ ପାଣି ଚାଲିଛି । ହେଲେ ପାଣି ଘେରରେ ଫସିଥିବା ବନ୍ୟା ବିପନ୍ନଙ୍କ ପାଖରେ ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ଗତ ତିନିଦିନ ଧରି ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ମେଣ୍ଡା-ଅର୍ଡା ରାସ୍ତାର ପୋଲ ଉପରେ ପାଣି ଚାଲିଛି। ଏହି ରାସ୍ତା ଉପରେ ମେଣ୍ଡା ,ରାଣୀସର୍ଡା ,ଦେଉଳ ପଦର ଆଦି 8ଟି ପଞ୍ଚାୟତର ପ୍ରାୟ 40ରୁ ଅଧିକ ମୌଜାର ଲୋକେ ନିର୍ଭର କରୁଥିବାବେଳେ ବନ୍ୟାରୁ ବାହାର ଜଗତରୁ ବିଚ୍ଛିନ୍ନ ହୋଇଛି ।

ତେବେ ଏଯାଏଁ ଗାଁକୁ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବାବେଳେ ସ୍ଥାନୀୟ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଲୋକ ପ୍ରତିନିଧି ଗାଁକୁ ପହଞ୍ଚି ଲୋକଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି । ସ୍ଥାନୀୟ ଲୋକ ପ୍ରତିନିଧିମାନେ ଗାଁରେ ଚୁଡା ଚିନି ଆଦି ସଂଗ୍ରହ କରି ଗାଁର ଶିଶୁମାନଙ୍କୁ ସକାଳ ଜଳଖିଆ ପ୍ରଦାନ କରିଛନ୍ତି ।

ତେବେ ଅନେକ ସମୟରେ ବନ୍ୟା ଆସିଲେ ଗାଁକୁ ଲମ୍ବିଥିବା ରାସ୍ତାକୁ ବୁଡି ଯାଉଛି । ତେଣୁ ଏହି ରାସ୍ତାକୁ ଉଚ୍ଚ କରିବା ପାଇଁ ଲୋକେ ଦାବି କରୁଛନ୍ତି । ଅନ୍ୟପଟେ ପ୍ରଶାସନ ପକ୍ଷରୁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଡଙ୍ଗା ବ୍ୟବସ୍ଥା କରାଯାଉ ଥିବା ଜଣାପଡ଼ିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Last Updated : Aug 13, 2019, 3:19 PM IST

ABOUT THE AUTHOR

...view details