ଓଡିଶା

odisha

ETV Bharat / state

ବାଇପାସ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ଅଭିଯୋଗ - ରାସ୍ତା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଅଭିଯୋଗ

ଅଧାପନ୍ତରିଆ ରହିଛି ସୁବର୍ଣ୍ଣପୁର ସହର ବ୍ଳକ ଛକ-ବାଇଗଣଜୁରୀ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ । ପ୍ରାୟ ଏକ ବର୍ଷ ପୂର୍ବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଆଜି ଯାଏ ଶେଷ ହୋଇନାହିଁ। ଅଧିକ ପଢ଼ନ୍ତୁ

people facing problem due to delay in under constructed road work in subarnapur
ଅଧାରେ ରହିଛି ରାସ୍ତାକାମ, ଧୂଳିଧୁସରେ ଲୋକେ ନାକେଦମ

By

Published : Nov 22, 2022, 2:06 PM IST

ସୁବର୍ଣ୍ଣପୁର: ବ୍ଳକ ଛକ-ବାଇଗଣଜୁରୀ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି । ରାସ୍ତା ପ୍ରଶସ୍ତିକରଣ ପାଇଁ ପ୍ରାୟ ବର୍ଷକ ପୂର୍ବରୁ ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ଦୁଇ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ଆଜିଯାଏ କାମ ଶେଷ ହୋଇପାରୁନଥିବା ସହରବାସୀ ଅଭିଯୋଗ କରିଛନ୍ତି ।

ଅଧାରେ ରହିଛି ରାସ୍ତାକାମ

ପ୍ରଥମ ପର୍ଯ୍ୟାୟରେ ରାସ୍ତା ପ୍ରଶସ୍ତିକରଣ ପାଇଁ ରାସ୍ତାର ଦୁଇ ପାର୍ଶ୍ବ ଖୋଲି ଦିଆଗଲା । ସେହିପରି ଗୋଟିଏ ପାର୍ଶ୍ବରେ ଗାର୍ଡ ୱାଲ ତିଆରି ପାଇଁ ପ୍ରାୟ ଛଅମାସରୁ ଅଧିକ ସମୟ ଲାଗିଥିଲା । ସହରାଞ୍ଚଳ ଜଳ ଯୋଗାଣ ବିଭାଗର ପାଇପ ଲାଇନ ବିଛାଇବା ସହିତ ଗୋଟିଏ ପାର୍ଶ୍ବରେ ନୂତନ ଡ୍ରେନ ତିଆରି ପାଇଁ ଦୀର୍ଘ ଦିନ ଲାଗି ଯାଇଥିଲା । ମାତ୍ର ଦୁଇମାସ ଭିତରେ ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ଆଜିକୁ ବର୍ଷେରୁ ଅଧିକ ସମୟ ହେଲା ସଂପୂର୍ଣ୍ଣ କରାଯାଇ ପାରିନାହିଁ । ଏବେ ରାସ୍ତାଟି ସଂପୂର୍ଣ୍ଣ ଖୋଳି ଦିଆଯାଇଥିବା ବେଳେ କ୍ରସର ଡଷ୍ଟ ପକାଯାଇଛି । ରାସ୍ତାରେ ପ୍ରତିଦିନ ପାଣି ଦିଆଯାଉ ନ ଥିବାରୁ ଗାଡିମୋଟର ଯିବା ଆସିବା ସମୟରେ ବହୁ ପରିମାଣରେ ଧୂଳି ଉଡୁଛି ।

ଏହା ମଧ୍ୟ ପଢ଼ନ୍ତୁ:ସୁବର୍ଣ୍ଣପୁରରେ ବଢ଼ୁଛି କଫ୍‌ ସିରପ ବିକ୍ରି ! ପଥଭ୍ରଷ୍ଟ ହେଉଛନ୍ତି ଯୁବଗୋଷ୍ଠୀ

ରାସ୍ତା ପାର୍ଶ୍ବରେ ଥିବା ଦୋକାନ ବଜାରର ବ୍ୟବସାୟୀ ତଥା ବାଟୋଇମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାଟି ସଂପୂର୍ଣ୍ଣ ଖୋଳି ଦିଆଯାଇଥିବାରୁ କେତେବେଳେ ଦୁର୍ଘଟଣା ଘଟିବ କହିହେବନାହିଁ । ବାରମ୍ବାର ପୂର୍ତ୍ତ ବିଭାଗକୁ ଅନୁରୋଧ କଲେ ବି କୌଣସି ସୁଫଳ ମିଳୁନାହିଁ । ତେବେ ରାସ୍ତାଟି ତୁରନ୍ତ ସଂପୂର୍ଣ୍ଣ କରିବାକୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଦାବି ହୋଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details