ଓଡିଶା

odisha

ETV Bharat / state

ନୂଆଁଖାଇକୁ ଫିକା କରିପାରେ ମହଙ୍ଗା ମାଡ - ବଜାରରେ ମହଙ୍ଗା ମାଡ

ନୂଆଁଖାଇକୁ ନେଇ ଚାଷୀ ସାମାନ୍ୟ ନିରୁତ୍ସାହିତ ଥିବା ଦେଖିବାକୁ ମିଳିଛି । କାରଣ ଚଳିତବର୍ଷ ଅନିୟମିତ ବର୍ଷା କାରଣରୁ ଫସଲ ସେତେଟା ଭଲ ହୋଇନାହିଁ । ଏହାସହ ଆଖିଦୃଶିଆ ଚାଷ ହୋଇନଥିବା ବେଳେ ଚାଷୀଙ୍କ ଉପରେ ପଡିଛି ମହଙ୍ଗା ମାଡ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Sep 2, 2019, 8:36 PM IST

ସୁବର୍ଣ୍ଣପୁର: ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ବର୍ଷକୁ ଥରେ ଆସୁଥିବା ଏହି ପର୍ବକୁ ନେଇ ଏଠାକାର ଲୋକ ଙ୍କ ମନରେ ଭରି ରହିଥାଏ ବେଶ ଉତ୍ସାହ। ଆସନ୍ତାକାଲି ନିର୍ଧାରିତ ଲଗ୍ନରେ ଦେବୀ ମା ସୁରେଶ୍ବରୀଙ୍କ ପାଖରେ ନୁଆଁ ସମର୍ପଣ କରିବା ପରେ ସାରା ସୋନପୁର ଗଡଜାତବାସୀ ନୂଆଁ ଗ୍ରହଣ କରିବେ।

ମାତ୍ର ନୂଆଖାଇକୁ ନେଇ ଚାଷୀ ସାମାନ୍ୟ ନିରୁତ୍ସାହିତ ଥିବା ଦେଖିବାକୁ ମିଳିଛି । କାହିଁକି ନା ଚଳିତବର୍ଷ ଅନିୟମିତ ବର୍ଷା କାରଣରୁ ଫସଲ ସେତେଟା ଭଲ ହୋଇନାହିଁ। ଏହାସହ ଆଖିଦୃଶିଆ ଚାଷ ହୋଇ ନଥିବେଳେ ଚାଷୀଙ୍କ ଉପରେ ପଡିଛି ମହଙ୍ଗା ମାଡ।

ପରମ୍ପରା ଅନୁସାରେ ପ୍ରଥମେ ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି ପରେ ପରିବାରର ସମସ୍ତେ ଏକାଠି ହୋଇ ନୂଆଁ ଖାଇଥାନ୍ତି। ମାତ୍ର ଏହି ପର୍ବ ପାଇଁ ଦରକାର ହେଉଥିବା ସମସ୍ତ ଜିନିଷର ଦରଦାମ ବୃଦ୍ଧି ହେବା ଯୋଗୁଁ ଏହାକୁ ନେଇ ସାମାନ୍ୟ ନିରାଶ ହୋଇଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ମା ସମଲେଇ ମନ୍ଦିରରୁ ପାହୁର ଯାତ୍ରା ଅଷ୍ଟଚଣ୍ଡୀଙ୍କ ପୀଠକୁ ଯିବାପରେ ଲୋକେ ନିଜ ନିଜର ଇଷ୍ଟ ଦେବଦେବୀଙ୍କ ପାଖରେ ନୂଆଁ ଲଗାଇ ଗ୍ରହଣ କରିବେ । ତା’ପରେ ଚାଲିବ ଜୁହାର ଭେଟ କାର୍ଯ୍ୟକ୍ରମ। ଶୁଭେଚ୍ଛା ଆଦାନପ୍ରଦାନ । ଯେତେ ଅସୁବିଧା ଥିଲେ ମଧ୍ୟ ନୂଆଁଖାଇ ପାଇଁ କିନ୍ତୁ ସଭିଏଁ ଅଛନ୍ତି ଉତ୍ସାହିତ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details