ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ ବଢୁଛି ଚୋରି, CCTV ଲଗାଇବାକୁ ସହରବାସୀଙ୍କ ଦାବି - subarnapur theft rise

ଗତ ପ୍ରାୟ ଦେଢ଼ବର୍ଷ ଧରି ସୁବର୍ଣ୍ଣପୁରରେ ବଢିଛି ଚୋରି । ଏଣୁ ସହରରେ CCTV ଲଗାଇବାକୁ ଦାବି କରିଛନ୍ତି ଅଞ୍ଚଳବାସିନ୍ଦା । ଅଧିକ ପଢନ୍ତୁ...

ସହରରେ ବଢୁଛି ଚୋରି: CCTV ଲଗାଇବାକୁ ଦାବି
ସହରରେ ବଢୁଛି ଚୋରି: CCTV ଲଗାଇବାକୁ ଦାବି

By

Published : Oct 18, 2021, 5:11 PM IST

ସୁବର୍ଣ୍ଣପୁର: ସହରରେ ଦିନକୁ ଦିନ ଚୋରି ଘଟଣା ବଢିଚାଲିଛି। କିଛି ଘଟଣାରେ ପୋଲିସ ସଫଳତା ପାଉଥିବା ବେଳେ କିଛି ଘଟଣାର ନା ଚୋରି ଜିନିଷ ଉଦ୍ଧାର ହୋଇପାରୁଛି ନା ଅଭିଯୁକ୍ତ ମାନଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇପାରୁଛି। ବିଶେଷ କରି ପଡ଼ୋଶୀ ଜିଲ୍ଲା ଗୁଡିକରୁ ଆସି ଘଟଣା ଘଟାଇ ଫେରାର ଚୋରଙ୍କ ଟେର ପାଉନାହିଁ ପୋଲିସ । ଏପରିକି ଗତ ପ୍ରାୟ ଦେଢ଼ବର୍ଷ ତଳେ ସ୍ବେଚ୍ଛାସେବୀ ଗୋବିନ୍ଦ ମହାରଣାଙ୍କ ଘରୁ ଚୋରି ହୋଇଥିଲା। ପୋଲିସ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଥିଲା।

ସହରରେ ବଢୁଛି ଚୋରି: CCTV ଲଗାଇବାକୁ ଦାବି

ହେଲେ ଏଯାଏଁ ଚୋରି ଜିନିଷ ଉଦ୍ଧାର ହୋଇପାରି ନଥିବା ବେଳେ ଚୋରିରେ ସଂପୃକ୍ତ କାହାକୁ ଗିରଫ ବି କରିପାରି ନାହିଁ ପୋଲିସ। ତେବେ ମହାମାରୀ କୋରୋନାରେ ଅନେକ ଲୋକେ ରୋଜଗାର ହରାଇଥିବା ବେଳେ ଅନ୍ୟ ଉପାୟ ନପାଇ ଅନେକ ଚୋରି ବୃତ୍ତିକୁ ଆଦରି ନେଉଛନ୍ତି ବୋଲି ଅର୍ଥନୀତିଜ୍ଞ ଗୋବିନ୍ଦ ମହାରଣା ଯୁକ୍ତି ବାଢ଼ିଛନ୍ତି। ଜିଲ୍ଲା ପ୍ରଶାସନ ପ୍ରବାସୀ ଶ୍ରମିକ, ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଉଭୟ କୁଶଳୀ ଓ ଅଣକୁଶଳୀ ଶ୍ରମିକ ମାନେ ଦୀର୍ଘ ଦିନ ଧରି ରୋଜଗାର ହରାଇ ବସି ରହିଥିବାରୁ ଅପରାଧିକ ଘଟଣା ଘଟୁଥିବା ଯୁକ୍ତି କରିଛନ୍ତି। ସେହିପରି ପୋଲିସ ବିଭାଗରେ କର୍ମଚାରୀ ଅଭାବ ଯୋଗୁଁ ଛୋଟଛୋଟ ଚୋରି ଘଟଣାକୁ ସେତେଟା ଧ୍ୟାନ ଦିଆଯାଉ ନାହିଁ।

ଏପରିକି ଧନ ଜୀବନ ସୁରକ୍ଷା ପାଇଁ ପୋଲିସ ସିସିଟିଭି କ୍ୟାମେରା ଲଗାଇବାକୁ ପରାମର୍ଶ ଦେଉଥିବା ବେଳେ ଏହି ଅଞ୍ଚଳର ଅର୍ଥନୀତି ଦୁର୍ବଳ ଯୋଗୁଁ ଲୋକେ ସକ୍ଷମ ନୁହନ୍ତି। ତେବେ ପୋଲିସ ପ୍ରଶାସନ ପାଟ୍ରୋଲିଂ କଡାକଡି କରିବା ସହିତ ଉଭୟ ପୌର ପରିଷଦ ଓ ପୋଲିସ ବିଭାଗ ପକ୍ଷରୁ ସିସିଟିଭି କ୍ୟାମେରା ବ୍ୟବସ୍ଥା କଲେ ଚୋରି ଘଟଣା କମିବା ସହିତ ଅଭିଯୁକ୍ତ ମାନଙ୍କୁ ପୋଲିସ ଧରିବାରେ ସକ୍ଷମ ହେବ ବୋଲି ଚର୍ଚ୍ଚା ହେଉଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details