ସୁବର୍ଣ୍ଣପୁର: ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ କରୁଥିବା ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ପାଇକ ବାହାଲ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗାଁ ପୋଖରୀ ଉନ୍ନତିକରଣ ପାଇଁ ମିଳିଥିବା ସାତ ଲକ୍ଷ ଟଙ୍କାର ଅନୁଦାନ ବାଟମାରଣା ହୋଇଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଅନୁଦାନ ବାଟମାରଣା ହୋଇଥିବା ଗ୍ରାମବାସୀ ଭିଜିଲାନ୍ସରେ ଗତ ଜାନୁଆରୀରେ ଅଭିଯୋଗ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ସେହିପରି ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଏହି ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ନକରି ପାଇକ ବାହାଲ ଠାରେ କାର୍ଯ୍ୟକ୍ଷମ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ସରପଞ୍ଚ କାର୍ଯ୍ୟାଳୟକୁ ଅସ୍ଥାୟୀ ଭାବେ ଡାହିମାଲ ଗାଁରେ ଖୋଲିଥିବା ଅଭିଯୋଗ ହୋଇଛି।