ସୁବର୍ଣ୍ଣପୁର: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ ଅଙ୍ଗନୱାଡି ମହିଳା କର୍ମୀମାନଙ୍କ ଏକ ସମ୍ମିଳନୀ ସୁବର୍ଣ୍ଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ଦେଶ ବ୍ୟାପି ଆନ୍ଦୋଳନର କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଛି ।
ଅଙ୍ଗନୱାଡି କର୍ମୀମାନଙ୍କୁ ସରକାରୀ ମାନ୍ୟତା, ସର୍ବନିମ୍ନ ୧୮ ହଜାର ଦରମା ପ୍ରଦାନ, ରଷ୍ଟ୍ରୀୟ ଶିକ୍ଷାନିତୀ-୨୦୨୦ ଅନୁଯାୟୀ ସମସ୍ତ କର୍ମୀଙ୍କୁ ଶିକ୍ଷକ ମାନ୍ୟତା ପ୍ରଦାନ, ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ୧୫ ଶହ ଟଙ୍କା ପ୍ରଦାନ ଆଦି ୧୧ ଦଫା ଦାବି ନେଇ ଦେଶ ବ୍ୟାପି ଆନ୍ଦୋଳନ କରାଯିବା ପାଇଁ ନିଷ୍ପତି ହୋଇଛି । ଏହି ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନି ଦିଆଯାଇଛି ।