ଓଡିଶା

odisha

ETV Bharat / state

ପିଏମ ଆବାସ ଯୋଜନାରେ ଅନିୟମିତତା, ପଞ୍ଚାୟତ ଅଧିକାରୀ ନିଲମ୍ବିତ - କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲାପାଳ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗରେ ଜିଲ୍ଲାପାଳ ମନୀଷା ବାନାର୍ଜି ମହାଦେବପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ଅଧିକ ପଢନ୍ତୁ..

peo-suspended-in-binika-block
peo-suspended-in-binika-block

By

Published : Mar 21, 2020, 4:36 PM IST

ସୁବର୍ଣ୍ଣପୁର: ବିନିକା ବ୍ଳକ ମହାଦେବପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ପିଇଓ ରମାକାନ୍ତ ନାଏକଙ୍କୁ ନିଲମ୍ବିତ କରିଛନ୍ତି ।

ପଞ୍ଚାୟତ ଅଧିକାରୀ ନିଲମ୍ବିତ, କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲାପାଳ

2019-20 ଆର୍ଥିକ ବର୍ଷରେ ବିନିକା ବ୍ଳକର ଚାରୋଟି ପଞ୍ଚାୟତରେ ଆବାସ ଯୋଜନାରେ ଅନିୟମିତତା ହୋଇଥିଲା । ପିଇଓ ରମାକାନ୍ତ ଟ୍ୟାଗ ଅଫିସର ଭାବେ କାର୍ଯ୍ୟ କରିଥିଲେ ।

ଗରିବ ଲୋକଙ୍କୁ ଘର ଯୋଗାଇ ଦିଆ ନଯାଇ ଧନୀ ଲୋକଙ୍କୁ ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details