ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପେନସନଧାରୀଙ୍କ 18 ହଜାର ଦାନ - ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି

ସୁବର୍ଣ୍ଣପୁର ଏସବିଆଇ ପେନସନ ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 18 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । କିଛି କାର୍ଯ୍ୟରେ ବରିଷ୍ଠ ପେନସନଧାରୀଙ୍କୁ ନିୟୋଜିତ କରିବା ପାଇଁ ଜିଲ୍ଲାପାଳଙ୍କ ଆଗରେ ନିଜର ଅନୁଗ୍ରହ କରିଛି ଆସୋସିଏସନ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 18 ହଜାର ଦେଲେ ପେନସନଧାରୀ
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 18 ହଜାର ଦେଲେ ପେନସନଧାରୀ

By

Published : Apr 23, 2020, 2:09 PM IST

Updated : Apr 23, 2020, 2:31 PM IST

ସୁବର୍ଣ୍ଣପୁର: ମହାମାରୀ କୋରୋନାକୁ ପ୍ରତିହତ କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଜାରି ରହିଛି ଉଦ୍ୟମ । ଦେଶରେ ଲାଗୁ ଲକଡାଉନ୍‌ ଯୋଗୁଁ ଅନେକ ଲୋକଙ୍କୁ ଯୋଗାଇ ଦିଆଯାଉଛି ସରକାରୀ ସହାୟତା । ଏପରିସ୍ଥିତିରେ ସରକାରଙ୍କ ଫାଣ୍ଠିକୁ ଆବଶ୍ୟକ ରହିଛି ପ୍ରଚୁର ଅର୍ଥ । ସରକାରଙ୍କ ଆହ୍ବାନ କ୍ରମେ ଅନେକ ସହୃଦୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହଯୋଗର ହାତ ବଢାଉଛନ୍ତି । ଏହି କ୍ରମରେ ବୌଦ୍ଧ ଏସବିଆଇ ପେନସନ ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 18 ହଜାର ଦେଲେ ପେନସନଧାରୀ

ଆସୋସିଏସନର ସମ୍ପାଦକ ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ବରେ ପେନସନଧାରୀଙ୍କ ପ୍ରତିନିଧି ଦଳ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ସାକ୍ଷାତ କରି 18 ହଜାର ଟଙ୍କାର ଏକ ଚେକ୍‌ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । କୋଭିଡ 19 ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକ ଆଗେଇ ଆସିଥିବା ବେଳେ ଏସବିଆଇ ପେନସନ ଆସୋସିଏସନ କୋରୋନା ମୁକାବିଲା ପାଇଁ କିଛି କାର୍ଯ୍ୟରେ ବରିଷ୍ଠ ପେନସନଧାରୀଙ୍କୁ ନିୟୋଜିତ କରିବା ପାଇଁ ଜିଲ୍ଲାପାଳଙ୍କ ଆଗରେ ନିଜର ଅନୁଗ୍ରହ ରଖିଥିଲେ। ଆବଶ୍ୟକ ହେଲେ ପେନସନଧାରୀଙ୍କୁ ସହଯୋଗ ପାଇଁ କୁହାଯିବ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲାପାଳ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Apr 23, 2020, 2:31 PM IST

ABOUT THE AUTHOR

...view details