ଓଡିଶା

odisha

ETV Bharat / state

ପାତଳୀ ଶ୍ରୀକ୍ଷେତ୍ର ମହୋତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ - ପାତଳୀ ଶ୍ରୀକ୍ଷେତ୍ର ମହୋତ୍ସବ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା କୋଟ ସମଲାଇଠାରେ ଚାଲିଥିବା ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ ଉଦଯାପିତ ହୋଇଯାଇଛି । ସମ୍ପୂର୍ଣ୍ଣ ଖବର ପଢନ୍ତୁ....

Patali srikhetra mahostav
ପାତଳୀ ଶ୍ରୀକ୍ଷେତ୍ର ମହୋତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

By

Published : Feb 1, 2020, 6:10 PM IST

ସୁବର୍ଣ୍ଣପୁର: ଜିଲ୍ଲା ଉଲୁଣ୍ଡା କୋଟ ସମଲାଇଠାରେ ଚାଲିଥିବା ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ- 2020 ଉଦଯାପିତ ହୋଇଯାଇଛି । ସପ୍ତାହେ ବ୍ୟାପି ଚାଲିଥିବା ପଂଚଦଶ ତମ ଏହି ଆଧ୍ୟାତ୍ମିକ ମହୋତ୍ସବରେ ସାମିଲ ହେବା ସହିତ ବିଭୂକୃପା ସାଉଁଟିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ପାତଳୀ ଶ୍ରୀକ୍ଷେତ୍ର ମହୋତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

ନାମ ଯଜ୍ଞ, ପୁରାଣ ପାଠ, ଆଧ୍ୟାତ୍ମିକ ପ୍ରବଚନ, ଭଜନ ସମାରୋହ ଆଦିରେ ଶ୍ରଦ୍ଧାଳୁମାନେ ନିଜକୁ ସାମିଲ କରି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ଆନନ୍ଦବଜାରର ମହାପ୍ରସାଦ ପାଇଛନ୍ତି । ଏହି ପାବନ ପୀଠର ପ୍ରାକୃତିକ ଶୋଭାରାଜି ଉପଭୋଗ କରିବା ସହିତ ପାତାଳୀ ଶ୍ରୀକ୍ଷେତ୍ରକୁ ପୁରୀ ଶ୍ରୀମନ୍ଦିର ପ୍ରଦତ୍ତ ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କ ବିଭୂକୃପା ସାଉଁଟିବାକୁ ହଜାର ହଜାର ଶ୍ରଦ୍ଧାଳୁ ମହୋତ୍ସବ ବେଳାରେ ପହଞ୍ଚିଥିଲେ ।

ଖାଲି ଶ୍ରୀଜଗନ୍ନାଥଙ୍କ ଦର୍ଶନ ନୁହେଁ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଏହି ପୀଠର ସୌନ୍ଦର୍ଯ୍ୟକୁ ବି ଉପଭୋଗ କରିଛନ୍ତି । ଘଞ୍ଚ ଅରଣ୍ୟ ଭିତରେ ସୁଉଚ୍ଚ ପାହାଡରେ ଶ୍ରୀଜଗନ୍ନାଥ ଗୁପ୍ତଲୀଳା କରିଥିବା ତ୍ରୀକୁଟ କନ୍ଦର ବି ଭକ୍ତମାନେ ବୁଲି ଦେଖିଛନ୍ତି । ବିସ୍ତୀର୍ଣ୍ଣ ଅରଣ୍ୟ ଭିତରେ ଶ୍ରୀଜଗନ୍ନାଥଙ୍କ ଏହି ଗୁପ୍ତଲୀଳା କ୍ଷେତ୍ରରେ ପାଳିତ ମହୋତ୍ସବ ଦିନକୁ ଦିନ ଅଧିକ ଭକ୍ତଙ୍କୁ ଟାଣି ଆଣୁଛି ଏହି ପୀଠକୁ ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details