ଓଡିଶା

odisha

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବନ୍ଦ ହେବ ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା

By

Published : Jun 20, 2020, 12:51 PM IST

Updated : Jun 20, 2020, 1:09 PM IST

ସୁପ୍ରିମକୋର୍ଟଙ୍କ ରାୟ ପରେ ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ ନେଇ ମନ୍ଦିର କମିଟିକୁ ନିର୍ଦ୍ଦେଶ । କେବଳ ନୀତିକାନ୍ତ ଅନୁଷ୍ଠିତ କରିବାକୁ ଅନୁମତି ଦିଆଯାଇଛି । ଅଧିକ ପଢନ୍ତୁ....

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବନ୍ଦ ହେବ ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବନ୍ଦ ହେବ ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା

ସୁବର୍ଣ୍ଣପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ କରିବା ପାଇଁ ମନ୍ଦିର କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଶ୍ରୀବଡ଼ ଜଗନ୍ନାଥ ଓ ଦଧିବାମାନ ଦେବଙ୍କ ରଥଯାତ୍ରା ବି ବନ୍ଦ କରାଯାଇଛି। ସେବାୟତମାନେ କେବଳ ନୀତିକାନ୍ତି କରିବେ ଓ ଶ୍ରଦ୍ଧାଳୁଙ୍କ ସମାଗମ ଯେପରି ନ ହୁଏ ସେଥିପାଇଁ ଧ୍ୟାନ ଦେବା ପାଇଁ ପ୍ରଶାସନ ଅନୁରୋଧ କରିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବନ୍ଦ ହେବ ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା

ଜିଲ୍ଲାରେ ପ୍ରାୟ 200ରୁ ଅଧିକ ଗାଁରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଥିବାବେଳେ ସବୁଠି କେବଳ ପୂଜା ଆରାଧନା କରିବା ପାଇଁ କୁହାଯାଇଛି। ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି । ରଥଯାତ୍ରା ଉପରେ ପୋଲିସ ପ୍ରଶାସନ ନଜର ଦେବାକୁ ଅନୁରୋଧ କୁହାଯାଇଛି । ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପରେ ରଥଯାତ୍ରା ପାଳନର କୌଣସି ଅବକାଶ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Jun 20, 2020, 1:09 PM IST

ABOUT THE AUTHOR

...view details