ଓଡିଶା

odisha

ଜବରଦଖଲ ଉଛେଦକୁ ବିରୋଧ, ତହସିଲ କାର୍ଯ୍ୟାଳୟ ଆଗରେ ରୋଷେଇ କଲେ ପରିବାର

By

Published : Oct 27, 2022, 5:07 PM IST

ସହରର ପଟାଭାଡିର ୭ଟି ପରିବାରର ଲୋକେ ସଦର ତହସିଲ କାର୍ଯ୍ୟାଳୟ ମୁଖ୍ୟ ଫାଟକ ଆଗରେ ଧାରଣା । କାର୍ଯ୍ୟାଳୟ ଆଗରେ ଛୁଆ ପିଲାଙ୍କୁ ଧରି ଧାରଣା ଦେବା ସହିତ ରନ୍ଧାବଢା କରୁଛନ୍ତି । ଅଧିକ ପଢନ୍ତୁ

ତହସିଲ କାର୍ଯ୍ୟାଳୟ ଆଗରେ ରୋଷେଇ ସହିତ ଧାରଣା
ତହସିଲ କାର୍ଯ୍ୟାଳୟ ଆଗରେ ରୋଷେଇ ସହିତ ଧାରଣା

ସୁବର୍ଣ୍ଣପୁର:ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ପଟାଭାଡିର ୭ଟି ପରିବାର । କାର୍ଯ୍ୟାଳୟ ଆଗରେ ଛୁଆ ପିଲାଙ୍କୁ ଧରି ଧାରଣା ଦେବା ସହିତ ସେଠାରେ ରନ୍ଧାବଢା କରିଥିବା ମଧ୍ୟ ଦେଖିବାକୁ ମିଳିଛି । ରାଜସ୍ବ ବିଭାଗ ଓ ସଦର ପୌର ପରିଷଦ ପକ୍ଷରୁ ପଟାଭାଡିରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଥିବାବେଳେ, ଏହାର ପ୍ରତିବାଦ କରି ଲୋକେ ଏହି ଆନ୍ଦୋଳନ କରିଛନ୍ତି । ସୂଚନା ଅନୁଯାୟୀ, ପ୍ରାୟ ୩ ବର୍ଷ ହେଲା ସହରର ତଳିଆ ଅଞ୍ଚଳ ଭାବେ ପରିଚିତ ପଟାଭାଡିର ଲୁଲୁ ପଡିଆ ପାର୍ଶ୍ବରେ ଘର ତିଆରି କରି ରହି ଆସୁଥିଲେ ।

ତହସିଲ କାର୍ଯ୍ୟାଳୟ ଆଗରେ ରୋଷେଇ ସହିତ ଧାରଣା

ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜବରଦଖଲ ନୋଟିସ ମିଳିବା ପରେ ଫାଇନ ବି ଦେଇଥିଲେ । ତେବେ ଲୁଲୁ ପଡିଆକୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ପ୍ରଶାସନ ଓ ସଦର ପୌର ପରିଷଦ ପଡିଆ ପାର୍ଶ୍ବରେ ଲୋକେ ମାଡି ବସିଥିବା ସରକାରୀ ଯାଗାକୁ ଉଚ୍ଛେଦ କରିବା ପାଇଁ ନୋଟିସ ଜାରି କରିଛି । ଏପରିକି ନୋଟିସ ଅବଧି ସରିବା ପରେ ଜବରଦଖଲକାରୀମାନେ ସରକାରୀ ଯାଗା ଖାଲି ନ କରିନଥିଲେ । ଏନେଇ ଘର ଗୁଡିକ ଭାଙ୍ଗି ଦେବା ପାଇଁ ପ୍ରଶାସନ ପକ୍ଷରୁ ସରକାରୀ ଅଧିକାରୀମାନେ ଘଟଣାସ୍ଥଳକୁ ଯିବା ପରେ ଧାରଣାରତ ଲୋକେ ନିଜ ନିଜ ଘର ଛାଡି ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ।

ଅନ୍ୟପଟେ ଧାରଣାରତ ଲୋକେ ଜବରଦଖଲ ଉଚ୍ଛେଦର ପ୍ରତିବାଦ କରୁଥିବାବେଳେ ପ୍ରଶାସନ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁ୍ଷ୍ଠାନ ନେଇନାହିଁ । ସେମାନଙ୍କୁ ସେହି ଯାଗାରେ ହିଁ ରହିବା ପାଇଁ ଅନୁମତି ଦେବା ସହିତ ଯାଗା ମିଶନ ଯୋଜନାରେ ପଟ୍ଟା ଦେବା ପାଇଁ ଦାବୀ କରିଛନ୍ତି ଲୋକେ । ତେବେ ଏନେଇ ପ୍ରତିବାଦକାରୀ କହିଛନ୍ତି, "ଆମ ଘର ଭାଙ୍ଗିଦେବା ଯୋଗୁଁ ତହସିଲ ଅଫିସ ଆଗରେ ଧାରଣା ଦେଇଛୁ । ସେମାନେ ଆମକୁ କହିଲେ ୨୦ ହଜାର ଲେଖାଁଏ ଦେଲେ ବଖରାଏ ଘର ବନାଇବୁ । ଆମେ ପଇସା ଦେଇ ଘର ବନେଇଲୁ ଏବେ ଘର ଭାଙ୍ଗିବାକୁ ଆମକୁ ନୋଟିସ ଦେଇଛନ୍ତି । ଆମେ ସେଥିପାଇଁ ଫାଇନ ମଧ୍ୟ ଦେଇଥିଲୁ । କିନ୍ତୁ ସେମାନେ ହଠାତ୍‌ ନୋଟିସ ଦେଇ ଘର ଭାଙ୍ଗୁଛନ୍ତି ।"

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details