ସୁବର୍ଣ୍ଣପୁର :ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ଅନ୍ତର୍ଗତ ଗଧାପାଲି ଗାଁଲୋକେ ଶିକ୍ଷକ ବଦଳିକୁ ନେଇ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ଆଇନଜୀବୀ ବଳଦେବ ବେଦବାଗଙ୍କ ନେତୃତ୍ବରେ ଅଭିଭାବକ ଓ ପ୍ରାଥମିକ ବିଦ୍ୟାଳୟର ପରିଚାଳନା ପରିଷଦର ସଭ୍ୟମାନେ ଜିଲ୍ଲା ପ୍ରଶାସନ ପାଖରେ ନିଜ ଦାବି ଉପସ୍ଥାପନ କରିଛନ୍ତି ।
ଗାଁ ବିଦ୍ୟାଳୟରେ ପୂର୍ବରୁ ଶିକ୍ଷକ ଥିବା ସଂଜୟ ଭୋଇ ଅଭିଭାବକ ଓ ପରିଚାଳନା ପରିଷଦର ସଭ୍ୟମାନଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରୁଥିଲେ । ଫଳରେ ଅଭିଭାବକ ମାନଙ୍କ ଦାବି ଆପତ୍ତି ପରେ ତିନି ବର୍ଷ ତଳେ ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷକ ସଂଜୟ ଭୋଇଙ୍କୁ ନିକଟସ୍ଥ ଏକ ବିଦ୍ୟାଳୟକୁ ବଦଳି କରିଥିଲେ ।