ଓଡିଶା

odisha

ETV Bharat / state

ବଜ୍ରକାପ୍ତା ରାକେଟ ଉପରେ ଏସଟିଏଫର ଚଢାଉ, 2 ଗିରଫ - Indian pangolin seized

କ୍ରାଇମବ୍ରାଞ୍ଚ ଏସଟିଏଫ ଦଳ ଏକ ବଜ୍ରକାପ୍ତା ରାକେଟକୁ ସୋନପୁରରୁ ଧରିଛି । ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ 5 କେଜି 65 ଗ୍ରାମ ବଜ୍ରକାପ୍ତା କାତି ଜବତ ହୋଇଛି । ଏହା ଦୁଇ ଜଣଙ୍କୁ ଗିରଫ ହୋଇଛନ୍ତି । ଅଧିକ ଖବର ପଢନ୍ତୁ...

ବଜ୍ରକାପ୍ତା ସକ୍ରିୟ ରାକେଟ ଉପରେ ଏସଟିଏଫ ଚଢାଉ,2 ଗିରଫ
ବଜ୍ରକାପ୍ତା ସକ୍ରିୟ ରାକେଟ ଉପରେ ଏସଟିଏଫ ଚଢାଉ,2 ଗିରଫ

By

Published : Oct 18, 2020, 12:46 PM IST

ସୁବର୍ଣ୍ଣପୁର: ସୋନପୁରରେ ବଜ୍ରକାପ୍ତା ରାକେଟ ସକ୍ରୀୟ । ଭୁବନେଶ୍ବର କ୍ରାଇମବ୍ରାଞ୍ଚର ଏସଟିଏଫ ଦଳ ଏକ ବଜ୍ରକାପ୍ତା ରାକେଟକୁ ସୋନପୁରରୁ ଧରିଛି । ସହରର ମହାନଦୀ ବ୍ରିଜ ପୁରୁଣା ରାଜାଘର ଦିଲବାହାଲପୁର ରାଜା କୋଠି ପାଖରୁ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ବେଳେ ଏସଟିଏଫ ଚଢ଼ାଉ କରିଥିଲା ।

ବଜ୍ରକାପ୍ତା ସକ୍ରିୟ ରାକେଟ ଉପରେ ଏସଟିଏଫ ଚଢାଉ,2 ଗିରଫ

ଗୋଟିଏ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ 5 କେଜି 65 ଗ୍ରାମ ବଜ୍ରକାପ୍ତା କାତି ଜବତ କରିଛି । ଏହା ଦୁଇ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଅଭିଯୁକ୍ତ ମାନେ ହେଲେ ଉଲୁଣ୍ଡା ବ୍ଲକ କପାସିରାର ସୋମନାଥ ବାଘ ଓ ଗିରିଧାମାଲ ଗାଁର ମାରସରଲାନ ବେଙ୍ଗେରା ।

ଦୁଇ ଜଣ ଅଭିଯୁକ୍ତଙ୍କୁ ସ୍ଥାନୀୟ ଏସଡିଜେଏମ କୋର୍ଟରେ ହାଜର କରାଯାଇଛି ।

ବଜ୍ରକାପ୍ତା ସକ୍ରିୟ ରାକେଟ ଉପରେ ଏସଟିଏଫ ଚଢାଉ,2 ଗିରଫ

ଜୀବନ୍ତ ବଜ୍ରକାପ୍ତାକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଏନେଇ ଏସଟିଏଫ ଏକ କେସ ରୁଜୁ କରି ତଦନ୍ତ କରୁଛି ।

ବଜ୍ରକାପ୍ତା ସକ୍ରିୟ ରାକେଟ ଉପରେ ଏସଟିଏଫ ଚଢାଉ,2 ଗିରଫ
ବଜ୍ରକାପ୍ତା ସକ୍ରିୟ ରାକେଟ ଉପରେ ଏସଟିଏଫ ଚଢାଉ,2 ଗିରଫ

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details