ଓଡିଶା

odisha

By

Published : Mar 5, 2021, 8:08 PM IST

ETV Bharat / state

ସୁବର୍ଣ୍ଣପୁର ଜିଲ୍ଲାରେ ପାଳନ ହେଲା 'ପଞ୍ଚାୟତିରାଜ ଦିବସ'

ସୁବର୍ଣ୍ଣପୁର ଜିଲ୍ଲାରେ ପାଳନ ହେଲା ପଞ୍ଚାୟତିରାଜ ଦିବସ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଅଧିକ ପଢନ୍ତୁ...

panchayatraj divas celebreated in subarnapur
ସୁବର୍ଣ୍ଣପୁରେ ଜିଲ୍ଲାରେ ପାଳନ ହେଲା ' ପଞ୍ଚାୟତିରାଜ ଦିବସ '

ସୁବର୍ଣ୍ଣପୁର: ଜିଲ୍ଲାରେ ପାଳନ ହେଲା ପଞ୍ଚାୟତିରାଜ ଦିବସ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି।

ସୁବର୍ଣ୍ଣପୁରେ ଜିଲ୍ଲାରେ ପାଳନ ହେଲା ' ପଞ୍ଚାୟତିରାଜ ଦିବସ '

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତୃଣମୂଳ ସ୍ତରରେ ହିତାଧିକାରୀ ମାନଙ୍କୁ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ଉଭୟ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ମିଳିତ ଭାବେ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ। ନିଷ୍ଠାର ସହିତ ସରକାରୀ କର୍ମଚାରୀମାନେ କାର୍ଯ୍ୟ କଲେ ହିତାଧିକାରୀ ମାନେ ସୁଫଳ ପାଇବା ସହିତ ଯୋଜନାର ସଫଳ ରୂପାୟନ ହୋଇ ପାରିବ ବୋଲି କହିଥିଲେ।

ତେବେ ଜିଲ୍ଲାରେ କାଁ ଭାଁ ଗୋଟିଏ ଦୁଇଟି ଘଟଣାକୁ ବାଦ ଦେଲେ ସରକାରଙ୍କ ଉନ୍ନୟନମୂଳକ ଯୋଜନା ଓ ଜନହିତକର ଯୋଜନା ଗୁଡ଼ିକର ସଫଳତା ପାଇଁ ଉଭୟ ରାଜନୈତିକ ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details