ଓଡିଶା

odisha

ETV Bharat / state

ଉଦଘାଟିତ ହେଲା ପଇଁରୀ ତିହାର, ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ - ପଇଁରୀ ତିହାର 2023

ନୂଆବର୍ଷ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଭୀମଭୋଇ କଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ପଇଁରୀ ତିହାର-2023 । ଅଧିକ ପଢ଼ନ୍ତୁ

painri tihar 2023
ପଇଁରୀ ତିହାର 2023

By

Published : Jan 2, 2023, 7:58 AM IST

ଉଦଘାଟିତ ହେଲା ପଇଁରୀ ତିହାର

ସୁବର୍ଣ୍ଣପୁର: ନୂଆବର୍ଷକୁ ସ୍ୱାଗତ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ଉଦଘାଟିତ ହୋଇଛି ପଇଁରୀ ତିହାର-2023 । ବର୍ଷ ଆରମ୍ଭରେ ପଶ୍ଚିମ ଓଡିଶାର ଲୋକ ନୃତ୍ୟରେ ଦୁଲୁକି ଉଠିଛି ସୁବର୍ଣ୍ଣପୁର ସହରର ଭୀମଭୋଇ କଳାମଣ୍ଡପ । ରସରକେଲି,ଡାଲଖାଇ ,ମାଏଲାଜଡ, ଚୁଟୁକୁଚୁଟା ,ବଜାସାଲ ଆଦି ଲୋକନୃତ୍ୟ ଗୀତରେ ବିମୋହିତ ହୋଇଥିଲେ ଦେଖଣାହାରୀ ।

ଏହା ମଧ୍ୟ ପଢ଼ନ୍ତୁ:୨୦୨୩ରେ ଓଡ଼ିଆଙ୍କ ହକ୍ ପାଇଁ ଲଢେଇ ଜାରି ରହିବ: ସମୀର ମହାନ୍ତି

ସନ୍ଧ୍ୟା 5ଟାରେ ନିମନ୍ତ୍ରିତ ଅତିଥିଙ୍କ ସାଂସ୍କୃତିକ ବାର୍ତ୍ତା ପ୍ରଦାନ ପରେ ନୂତନ ବର୍ଷକୁ ସ୍ୱାଗତ କରି ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ପଶ୍ଚିମ ଓଡ଼ିଶାର ଲୋକବାଦ୍ୟ ଢୋଲ, ନିଶାନ, ତାସା, ମହୁରୀ ଆଦିର ଗୁରୁ ଗମ୍ଭୀର ଧ୍ୱନି ଭିତରେ ଅଧିଷ୍ଠାତ୍ରୀ ଦେବୀ ମା' ସୁରେଶ୍ୱରୀଙ୍କ ଉପରେ ଆଧାରିତ ମାଲେଶ୍ରୀ ରାଗର ସୁମଧୁର ଭଜନ ପରିବେଷଣ ପରେ ଆରମ୍ଭ ହୋଇଥିଲା ଲୋକ ନୃତ୍ୟର ଆସର । ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଂସ୍କୃତିକ ଦଳ ସବୁ ପରିବେଷଣ କରିଥିଲେ ଭଳିକିଭଳି ଲୋକ ନୃତ୍ୟ । ସେହିପରି ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ଆସିଥିବା କଳାକାରମାନେ ନିଜ ନିଜର ଲୋକ ନୃତ୍ୟ ପରିବେଷଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ଅନୁଷ୍ଠିତ ହେଲା ଆଦିବାସୀଙ୍କ ନିଆରା ପର୍ବ ଟୋକିମରା

ସୁଦୂର ପଞ୍ଜାବରୁ ଆସିଥିବା କଳାକାରମାନେ ଭାଙ୍ଗଡା ଓ ପଶ୍ଚିମବଙ୍ଗ କଳାକାର ଛଉ ଲୋକ ନୃତ୍ୟ ପରିବେଷଣ କରିଥିଲେ । ଜାନୁଆରୀ 1 ତାରିଖରୁ ତିନି ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସାଂସ୍କୃତିକ ମହାକୁମ୍ଭରେ ଶହ ଶହ କଳାକାର ସାମିଲ ହେବେ ଏବଂ ନିଜ ଲୋକନୃତ୍ୟ ପ୍ରଦର୍ଶନ କରିବେ । ପ୍ରଥମ ଦିନରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ଦେଖଣାହାରୀ ଭରପୁର ମନୋରଞ୍ଜନ ନେଇଥିଲେ । ଏହି ଅବସରରେ ଇଟିଭି ଭାରତ ପ୍ରତିନିଧି ତୀର୍ଥବାସୀ ପଣ୍ଡାଙ୍କୁ ପଇଁରୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details