ଓଡିଶା

odisha

ETV Bharat / state

ଝୁମୁଛି ପଶ୍ଚିମ ଓଡିଶା, ସୁବର୍ଣ୍ଣପୁରରେ ଆଡମ୍ବରପୂର୍ଣ୍ଣ ପାହୁର ଯାତ୍ରା ପାଳିତ - ମା ସମଲେଇଙ୍କ ପୀଠ

ଚଳିତ ବର୍ଷ ବେଶ୍‌ ଉତ୍ସାହ ଉଦ୍ଦୀପନାର ସହ ପାହୁର ଶୋଭାଯାତ୍ରା ଆୟୋଜିତ ହୋଇଛି । ସୁବର୍ଣ୍ଣପୁର ସଦର ପୌର ପରିଷଦ ଓ ପାହୁର ଯାତ୍ରା କମିଟି ପକ୍ଷରୁ ପାହୁର ଯାତ୍ରା ପାଇଁ ବ୍ୟାପକ ଆୟୋଜନ କରାଯାଇଥିଲା । ଅଧିକ ପଢନ୍ତୁ

ଝୁମୁଛି ପଶ୍ଚିମ ଓଡିଶା,ସୁବର୍ଣ୍ଣପୁରରେ ଆଡମ୍ବରପୂର୍ଣ୍ଣ ପାହୁର ଯାତ୍ରା ପାଳିତ
ଝୁମୁଛି ପଶ୍ଚିମ ଓଡିଶା,ସୁବର୍ଣ୍ଣପୁରରେ ଆଡମ୍ବରପୂର୍ଣ୍ଣ ପାହୁର ଯାତ୍ରା ପାଳିତ

By

Published : Sep 1, 2022, 12:57 PM IST

Updated : Sep 1, 2022, 2:39 PM IST

ସୁବର୍ଣ୍ଣପୁର: ଚଳିତ ବର୍ଷ ବେଶ ଉତ୍ସାହ ଉଦ୍ଦୀପନାର ସହ ପାହୁର ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ସୁବର୍ଣ୍ଣପୁର ସଦର ପୌର ପରିଷଦ ଓ ପାହୁର ଯାତ୍ରା କମିଟି ପକ୍ଷରୁ ପାହୁର ଯାତ୍ରା ପାଇଁ ବ୍ୟାପକ ଆୟୋଜନ କରାଯାଇଥିଲା । ନୂଆଁମାଟି ହାଣ୍ଡି ସହିତ ଦେବାଦେବୀଙ୍କ ମନ୍ଦିର ପାଇଁ ନୂଆଁ ବାନା, ଅନ୍ନ ପାଇଁ ନୂଆଁ ସରିଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ଗୁଆ ଘିଅ, ମହୁ, ଦହି, କ୍ଷୀର ସହିତ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପାଇଁ ପନିପରିବା, ଫଳମୂଳ, ପିଠା ପଣା ପାଇଁ ରାସନ ସାମଗ୍ରୀ ଏକ ଆଡମ୍ବରପୂର୍ଣ ଶୋଭାଯାତ୍ରାରେ ଏହି ପାହୁର ଭୋଗ ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବରୀଙ୍କ ସମେତ ଅଷ୍ଟଚଣ୍ଡୀ ଓ ହନୁମାନ ମନ୍ଦିରରେ ପହଞ୍ଚିଛି ।

ଝୁମୁଛି ପଶ୍ଚିମ ଓଡିଶା, ସୁବର୍ଣ୍ଣପୁରରେ ଆଡମ୍ବରପୂର୍ଣ୍ଣ ପାହୁର ଯାତ୍ରା ପାଳିତ

ଗଡଜାତ ଶାସନ ସମୟରେ ଏହି ପାହୁର ଖଞ୍ଜା ଚୌହାନ ରାଜ ପ୍ରସାଦ ନିକଟସ୍ତ ଦେବୀ ମା' କନକ ଦୁର୍ଗାଙ୍କ ମନ୍ଦିରରୁ ଯାଉଥିଲା । ହେଲେ ଏବେ ଏହି ପାହୁର ଭୋଗ ଖଞ୍ଜା ଦେବୀ ମା' ସମଲେଇଙ୍କ ପୀଠରୁ ଯାଉଛି । ଆଜି ନିର୍ଦ୍ଧାରିତ ଲଗ୍ନରେ ଦେବୀ ମନ୍ଦିର ଗୁଡିକରେ ନବାର୍ଣ୍ଣ ସମର୍ପଣ କରିବା ପାଇଁ ପଣ୍ଡିତ ମହାସଭା ପୂର୍ବରୁ ସ୍ଥିର କରିଥିବା ଲଗ୍ନରେ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ପାହୁର ଭୋଗ ପହଞ୍ଚିଛି ।

ତେବେ ଆଜି ଭାଦ୍ରବ ଶୁକ୍ଲ ଋଷି ପଞ୍ଚମୀ ଗୁରୁବାର, ୧ ସେପ୍ଟେମ୍ବର ୨୦୨୨ ସ୍ବାତୀ ନକ୍ଷତ୍ର, ତୁଳା ରାଶି ମାହେନ୍ଦ୍ର ବେଳା ସକାଳ ୧୦ ଘଣ୍ଟା ୭ ମିନିଟରୁ ୧୦ ଘଣ୍ଟା ୨୧ ମିନିଟ ମଧ୍ୟେ ମୀନ ନବାଂଶେ ଇଷ୍ଟ ଦେବୀ ମା ସୁରେଶ୍ବରୀଙ୍କ ପାଖରେ ପାହୁର ପହଞ୍ଚିବା ପରେ ପ୍ରସ୍ତୁତ ନବାର୍ଣ୍ଣ ସମର୍ପଣ କରାଯାଇଛି । ସେହିପରି ସକାଳ ୮ ଘଣ୍ଟା ୨୦ ମିନିଟରୁ ୯ ଘଣ୍ଟା ୨୦ ମିନିଟ ମଧ୍ୟରେ ଦେବୀ ମା' ସମଲେଇଙ୍କ ପୀଠରୁ ଇଷ୍ଟଦେବୀ ମା' ସୁରେଶ୍ବରୀଙ୍କ ସମେତ ଅଷ୍ଟ ଚଣ୍ଡୀ ଓ ହନୁମାନ ପୀଠକୁ ଏହି ପାହୁର ପହଞ୍ଚିଛି । ନିର୍ଦ୍ଧାରିତ ଲଗ୍ନରେ ଗଡଜାତ ଅଞ୍ଚଳରେ ଜନସାଧାରଣ ନବାର୍ଣ୍ଣ ପାଳନ କରିବା ପାଇଁ ପାହୁର ଯାତ୍ରା କମିଟି ନିବେଦନ କରିଛି ।

ଏହାବି ପଢନ୍ତୁ:କୃଷିଭିତ୍ତିକ ପର୍ବ ନୂଆଁଖାଇ, ଲଙ୍କେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ

ଆଜି ପୁରା ପଶ୍ଚିମ ଓଡିଶା ପାଳୁଛି କୃଷି ଭିର୍ତ୍ତିକ ପର୍ବ ନୂଆଁଖାଇ । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ପୂର୍ବରୁ "ଲଗନ" ବା "ତିଥି" ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated : Sep 1, 2022, 2:39 PM IST

ABOUT THE AUTHOR

...view details