ଓଡିଶା

odisha

ETV Bharat / state

ପଇଁରୀ ବାର୍ଷିକ ଉତ୍ସଵ ଉଦଘାଟିତ: ସମ୍ବଲପୁର ନୃତ୍ୟରେ ଦୁଲୁକିଲା ଭୀମଭୋଇ କଳା ମଣ୍ଡପ - Paenri cultural festival started

ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଇଁରୀ ବାର୍ଷିକ ଉତ୍ସଵ-2020 ଉଦଘାଟିତ । ଉତ୍ସବର ପ୍ରଥମ ସନ୍ଧ୍ୟା ମା' ସୁରେଶ୍ବରୀଙ୍କ ଭଜନରୁଆରମ୍ଭ ହୋଇଥିବାବେଳେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରମାନେ ଭିନ୍ନ ଭିନ୍ନ ଲୋକନୃତ୍ୟ ପରିବେଷଣ କରିଥିଲେ ।

Paenri cultural festival started
ପଇଁରୀ ବାର୍ଷିକ ଉତ୍ସଵ ଉଦଘାଟିତ; ଦୁଲୁକିଲା ଭୀମଭୋଇ କଳା ମଣ୍ଡପ

By

Published : Jan 2, 2020, 1:02 PM IST

ସୁବର୍ଣ୍ଣପୁର: ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଇଁରୀ ବାର୍ଷିକ ଉତ୍ସଵ-2020 ଉଦଘାଟିତ ହୋଇଯାଇଛି । ନୂଆବର୍ଷ ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଆନୁଷ୍ଠାନିକ ଉଦଘାଟନ କରିଥିଲେ । ଏଥିସହ ସେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିବା ସହ ଜିଲ୍ଲାର ବିକାଶ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ ।

ପଇଁରୀ ବାର୍ଷିକ ଉତ୍ସଵ ଉଦଘାଟିତ; ଦୁଲୁକିଲା ଭୀମଭୋଇ କଳା ମଣ୍ଡପ

ସେହିପରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦେବୀ ପ୍ରସାଦ ଦାସ ଜିଲ୍ଲାବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ପ୍ରଦାନ କରିଥିଲେ । ମା' ସୁରେଶ୍ବରୀଙ୍କ ଭଜନରୁ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହା ପରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରମାନେ ଭିନ୍ନ ଭିନ୍ନ ଲୋକନୃତ୍ୟ ପରିବେଷଣ କରିଥିଲେ । ପଶ୍ଚିମ ଓଡ଼ିଶାର ଢୋଲ, ନିଶାନ, ତାସା, ମହୁରୀ ଆଦି ଧ୍ଵନି ସାଙ୍ଗକୁ ନୃତ୍ୟାଙ୍ଗନାଙ୍କ ଝୁମୁକାର ଶଦ୍ଦରେ ଦୁଲୁକି ଉଠିଥିଲା ଭୀମଭୋଇ କଳା ମଣ୍ଡପ । ଏଥିସହ ସୁଦୂର ରାଜସ୍ଥାନରୁ ଆସିଥିବା କଳାକାରମାନେ ଘୁମେର ନୃତ୍ୟ ପରିବେଷଣ କରି ଦେଖଣାହାରୀଙ୍କୁ କାର୍ଯ୍ୟକ୍ରମରେ ବାନ୍ଧି ରଖିବାରେ ସମର୍ଥ ହୋଇଥିଲେ । ତେବେ 3 ଦିନ ଧରି ଚାଲିବାକୁ ଥିବା ଏହି ବାର୍ଷିକ ଉତ୍ସଵର ଦ୍ଵିତୀୟ ସନ୍ଧ୍ୟାରେ ଢାପ ନୃତ୍ୟ ମୁଖ୍ୟ ଆକର୍ଷଣ ହେବ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details