ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ 31 ମାର୍ଚ୍ଚ ସୁଦ୍ଧା ଧାନ କିଣାଯିବ

ସୁବର୍ଣ୍ଣପୁର ଜିଲ୍ଲାରେ ମାର୍ଚ୍ଚ 31 ସୁଦ୍ଧା ଧାନ କିଣାଯିବ । ଟୋକନ ସମସ୍ୟା ପାଇଁ ଶହ ଶହ ଚାଷୀ ଧାନକିଣାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଥିଲା। ଅଧିକ ପଢନ୍ତୁ...

By

Published : Mar 1, 2020, 1:51 PM IST

paddy meeting
ସୁବର୍ଣ୍ଣପୁରରେ 31 ମାର୍ଚ୍ଚ ସୁଦ୍ଧା ଧାନ କିଣାଯିବ

ସୁବର୍ଣ୍ଣପୁର :ସୁବର୍ଣ୍ଣପୁର ଜିଲ୍ଲାରେ ମାର୍ଚ୍ଚ 31 ସୁଦ୍ଧା ଧାନ କିଣାଯିବ। ଟୋକନ ସମସ୍ୟା ପାଇଁ ଶହ ଶହ ଚାଷୀ ଧାନକିଣାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଥିଲା। ବିଶେଷକରି ତରଭା ବ୍ଲକର ଚାଷୀମାନେ ଅନେକ ଧାନ ବିକ୍ରି କରି ପାରିନାହାଁନ୍ତି। ଯୋଗାଣ ବିଭାଗର ସ୍ବତନ୍ତ୍ର ସଚିବଙ୍କ ନିର୍ଦ୍ଦଶରେ ଗତ 17 ତାରିଖରୁ ଜିଲ୍ଲାରେ ଖରିଫ ଋତୁ ଧାନ କିଣା ବନ୍ଦ ହୋଇଥିଲା। ହେଲେ ଚାଷୀଙ୍କ ଗଚ୍ଛିତ ଧାନ କିଣାଯିବାକୁ ନେଇ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ଧାନ କ୍ରୟ କମିଟିର ଅଧ୍ୟକ୍ଷ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ସୁବର୍ଣ୍ଣପୁରରେ 31 ମାର୍ଚ୍ଚ ସୁଦ୍ଧା ଧାନ କିଣାଯିବ

ଆୟୋଜିତ ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ଧାନ କ୍ରୟର ସମୀକ୍ଷା କରିବା ସହିତ ଚାଷୀଙ୍କ ଗଚ୍ଛିତ ଧାନ ପୁଣି ସଂଗ୍ରହ କରିବାକୁ ନିର୍ଦେଶ ଦେଇଛନ୍ତି । ସଚିବ ଧାନ ସଂଗ୍ରହକୁ ମନା କରୁଥିବାବେଳେ ପୁଣି ଜିଲ୍ଲା ପ୍ରଶାସନ ଧାନ ସଂଗ୍ରହ ପାଇଁ ଯୋଜନା କରିଛି। ଫଳରେ ଚାଷୀ ଆଶା ଓ ଆଶଙ୍କା ଭିତରେ ରହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details