ଓଡିଶା

odisha

ETV Bharat / state

ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ, ମଣ୍ଡିରୁ ଉଠିଲା ଧାନ - ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ

ସୁବର୍ଣ୍ଣପୁରରେ ଗତ 15ଦିନରୁ ଅଧିକ ଦିନ ହେଲା ପ୍ୟାକ୍ସରୁ ଧାନ ଉଠିପାରୁ ନଥିବାବେଳେ ଚାଷୀମାନେ ଶୁକ୍ରବାର ରାଜରାସ୍ତାରେ ଆନ୍ଦୋଳନ କରିଥିଲେ । ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ଚାଷୀମାନଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଅଧିକ ପଢନ୍ତୁ...

paddy lift dagitation stopped
ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ, ଉଫୁଲା ପେକ୍ସରୁ ଉଠିଲା ଧାନ

By

Published : Jan 31, 2020, 11:43 PM IST

ସୁବର୍ଣ୍ଣପୁର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ, ସୁବର୍ଣ୍ଣପୁର ଜିଲ୍ଲା ଉଫୁଲା ପ୍ୟାକ୍ସ ସମ୍ପାଦକ ଓ ଚାଷୀ ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସଫଳ ହୋଇଛି । ଗତ 15ଦିନରୁ ଅଧିକ ଦିନ ହେଲା ପ୍ୟାକ୍ସରୁ ଧାନ ଉଠିପାରୁ ନଥିବାବେଳେ ଏବେ ଜିଲ୍ଲାର ବିଭିନ୍ନ ମିଲର ପ୍ୟାକ୍ସକୁ ଗାଡି ପଠାଇ ଧାନ ଉଠାଉଛନ୍ତି ।

ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ, ଉଫୁଲା ପେକ୍ସରୁ ଉଠିଲା ଧାନ

ସୂଚନାନୁଯାୟୀ, ଚାଷୀମାନେ ଧାନ ବିକ୍ରି କରିବାକୁ ଆଣି ପ୍ୟାକ୍ସ ପରିସରରେ ରଖି ରାତି ଉଜାଗର ହୋଇ ଜଗୁଥିଲେ । ବହୁ ଦାବି ପରେ ଚାଷୀଙ୍କ ଗୁହାରୀ କେହି ନଶୁଣିବାରୁ ଚାଷୀମାନେ ଆଜି (ଶୁକ୍ରବାର) ରାଜରାସ୍ତାରେ ଆନ୍ଦୋଳନ କରିଥିଲେ । ହେଲେ ଘଟଣାସ୍ଥଳକୁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଥିଲେ । ପ୍ୟାକ୍ସ ସମ୍ପାଦକଙ୍କୁ ସମସ୍ୟା ସମ୍ପର୍କରେ ପଚାରି ନିଜେ ଗାଡ଼ି ମଗାଇ ଧାନ ଉଠାଇଥିଲେ । ବାକି ରହିଥିବା ଧାନ ଦୁଇ ଦିନ ଭିତରେ ଉଠିବା ସହିତ ଟୋକନ ସମସ୍ୟାର ତୁରନ୍ତ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details