ଓଡିଶା

odisha

ETV Bharat / state

କରୋଡପତି ଲୋଭରେ 40 ଲକ୍ଷ ଠକେଇ - ସମ୍ବଲପୁର

ସମ୍ବଲପୁର ହୀରାକୁଦ ଥାନା ଅଞ୍ଚଳରେ ଜଣେ ଦମ୍ପତ୍ତିଙ୍କ ଠାରୁ ‘କୌନ ବନେଗା କରୋଡପତି’ର ଲୋଭ ଦେଖାଇ 40 ଲକ୍ଷ ଟଙ୍କାର ଅନଲାଇନରେ ଠକି ନେଇଛନ୍ତି ଦୁର୍ବୃତ୍ତ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

By

Published : Jul 14, 2019, 6:46 PM IST

ସମ୍ବଲପୁର: ପପୁଲାର ଟିଭି ସୋ ‘କୌନ ବନେଗା କରୋଡପତି’ନାଁର ସାହାରା ନେଇ ଠକେଇ ଅଭିଯୋଗ । ସମ୍ବଲପୁର ହୀରାକୁଦ ଥାନା ଅଞ୍ଚଳରେ ଜଣେ ଦମ୍ପତ୍ତିଙ୍କ ଠାରୁ 40 ଲକ୍ଷ ଟଙ୍କାର ଅନଲାଇନରେ ଠକି ନେଇଛନ୍ତି ଦୁର୍ବୃତ୍ତ। ଏହାକୁ ନେଇ ସମ୍ବଲପୁର ସାଇବର ଥାନାରେ ଅଭିଯୋଗ କରିଛନ୍ତି ଦମ୍ପତି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

ଗତବର୍ଷ ଅଗଷ୍ଟ ମାସରେ ଏହି ଦମ୍ପତିଙ୍କୁ କୌନ ବନେଗା କରୋଡ ପତିରେ ବିଜୟୀ ହୋଇଥିବା ନେଇ ମୋବାଇଲକୁ ଏକ ମେସେଜ ଆସିଥିଲା। ଏହାସହ 3 କୋଟି 75 ଲକ୍ଷ ଟଙ୍କା ପାଇବାର ପ୍ରଲୋଭନ ଦେଖାଇ ବିଭିନ୍ନ ଆକାଉଣ୍ଟରେ ଆଜି ପର୍ଯ୍ୟନ୍ତ 40 ଲକ୍ଷ ଟଙ୍କା ଜମା କରିବାକୁ କୁହାଯାଇଥିଲା।

ଆଜି ପର୍ଯ୍ୟନ୍ତ ପ୍ରାୟ 55 ଟି ଆକାଉଣ୍ଟରେ ଏହି ଟଙ୍କା ଜମା ହୋଇଥିବା ପୋଲିସ କହିଛି। ଅଧିକାଂଶ ଆକାଉଣ୍ଟ ଏସବିଆଇର ରହିଛି। ତେବେ ଏହି ଆକାଉଣ୍ଟ ର KYC ବ୍ୟାଙ୍କ ଗୁଡିକୁ ମଗାଯାଇଥିବା ପୋଲିସ କହିଛି। ଏହା ମିଳିବା ପରେ ଆକାଉଣ୍ଟଧାରୀଙ୍କ ଠିକଣା ଠାବ କରି ତଦନ୍ତକୁ ଆଗକୁ ନିଆଯିବ ବୋଲି ପୋଲିସ କହିଛି ।

ତେବେ ଠକେଇର ଶିକାର ହୋଇଥିବା ଏହି ଦମ୍ପତ୍ତି ମାନସିକ ସ୍ତରରେ ବହୁ ଦୁର୍ବଳ ହୋଇପଡିଥିବାରୁ ନିଜର ନାମ ଗୁପ୍ତ ରଖିବାକୁ ପୋଲିସକୁ କହିଥିବାର ପୋଲିସ କହିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details