ଓଡିଶା

odisha

ETV Bharat / state

କେନାଲ ସମ୍ପ୍ରସାରଣ କାର୍ଯ୍ୟରେ ବିଳମ୍ବ, ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ କହିଲେ ଅର୍ଥମନ୍ତ୍ରୀ - subarnapur canal system damage

ଅଙ୍ଗ ଜଳସେଚନ ପ୍ରକଳ୍ପର କେନାଲ ସମ୍ପ୍ରସାରଣ କାର୍ଯ୍ୟ ଅଟକି ରହିଛି । ଜମି ଅଧିଗ୍ରହଣ ସମସ୍ୟା ଓ ଜଳସେଚନ ବିଭାଗର ଆବଶ୍ୟକ ଅନୁଦାନ ପ୍ରଦାନର ଅଭାବରୁ ଚାଷୀମାନେ ପ୍ରାୟ ଦୁଇ ଦଶନ୍ଧି ଧରି ଆଶା ରଖିଥିବା କେନାଲ କାର୍ଯ୍ୟ ହୋଇ ପାରୁନାହିଁ । ଅଧିକ ପଢନ୍ତୁ...

onga canal incomplited in subarnapur
କେନାଲ ସମ୍ପ୍ରସାରଣ କାର୍ଯ୍ୟରେ ବିଳମ୍ବ,ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ କହିଲେ ଅର୍ଥମନ୍ତ୍ରୀ

By

Published : Apr 21, 2021, 1:04 PM IST

ସୁବର୍ଣ୍ଣପୁର: ଜିଲ୍ଲା ସଦର ବ୍ଲକରେ ଅଙ୍ଗ ଜଳସେଚନ ପ୍ରକଳ୍ପର କେନାଲ ସମ୍ପ୍ରସାରଣ କାର୍ଯ୍ୟ ଅଟକି ରହିଛି । ଜମି ଅଧିଗ୍ରହଣ ସମସ୍ୟା ଓ ଜଳସେଚନ ବିଭାଗର ଆବଶ୍ୟକ ଅନୁଦାନ ପ୍ରଦାନର ଅଭାବରୁ ଚାଷୀମାନେ ପ୍ରାୟ ଦୁଇ ଦଶନ୍ଧି ଧରି ଆଶା ରଖିଥିବା କେନାଲ କାର୍ଯ୍ୟ ହୋଇ ପାରୁନାହିଁ ।

କେନାଲ ସମ୍ପ୍ରସାରଣ କାର୍ଯ୍ୟରେ ବିଳମ୍ବ,ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ କହିଲେ ଅର୍ଥମନ୍ତ୍ରୀ

ବଲାଙ୍ଗୀର ଜିଲ୍ଲାରେ ଥିବା ଏହି ପ୍ରକଳ୍ପରୁ ସୋନପୁର ବ୍ଳକର 5059 ହେକ୍ଟର ଚାଷଜମିକୁ ଜଳସେଚନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।ଏହି ପ୍ରକଳ୍ପର କେନାଲ କାର୍ଯ୍ୟ ସଂପ୍ରସାରଣ ସଂପୂର୍ଣ୍ଣ ହେଲେ ଚିର ମରୁଡି ପ୍ରପୀଡିତ ସଦର ବ୍ଳକର ମୟୁର ଉଡାନ ,ଖଲିଆପାଲି ,ଲଛିପୁର ଆଦି ଅଞ୍ଚଳର ଅନେକ ଗାଁରେ ଅନ୍ତତଃ ଖରିଫ ଚାଷରେ ଚାଷୀମାନେ ଆଶାଜନକ ଜଳସେଚନ କରିପାରିବେ । ହେଲେ ଚାଷୀମାନଙ୍କ ଅନେକ ଦାବୀ ଆପତ୍ତି ଓ ଆନ୍ଦୋଳନ ପରେ ବି କେନାଲ ସଂପ୍ରସାରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରୁନାହିଁ ।ଏବେକାର ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଂଜନ ପୂଜାରୀ ଜଳସେଚନ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସମୟରେ କେନାଲ ସଂପ୍ରସାରଣ କାର୍ଯ୍ୟରେ ଅନେକ ଅଗ୍ରଗତି ହୋଇଥିଲା ।ଅନେକ ଜମି ଅଧିଗ୍ରହଣ କାର୍ଯ୍ୟ ହୋଇଥିବା ବେଳେ ଅନୁଦାନ ବି ଯୋଗାଇ ଦିଆଯାଇଥିଲା ଅନେକ ଯାଗାରେ କେନାଲ ମରାମତି କାର୍ଯ୍ୟ ବି କରାଯାଇଥିଲା । ହେଲେ ପ୍ରକଳ୍ପର ସଂପୂର୍ଣ୍ଣ କାର୍ଯ୍ୟ ଆଜି ଶେଷ ହୋଇପାରି ନ ଥିବା ବେଳେ ଚାଷୀମାନେ ଚାତକ ପରି ଜଳସେଚନକୁ ଆଶା ବାନ୍ଧି ରହିଛନ୍ତି ।

ଅପରପକ୍ଷରେ କେନାଲ ସଂପ୍ରସାରଣ କାର୍ଯ୍ୟର ଜମିଅଧିଗ୍ରହଣ ହୋଇ ସାରିଥିବା ବେଳେ ବର୍ଷକ ଭିତରେ ଚାଷୀମାନେ ଜଳସେଚନ ସୁବିଧା ପାଇ ପାରିବେ ବୋଲି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details