ସୁବର୍ଣ୍ଣପୁର: ବର୍ଷେ ତଳେ ମଧ୍ୟାହ୍ନରେ ଚାହୁଁ ଚାହୁଁ ମାଡି ଆସିଲା ପାଣି । ଘର-ଦ୍ବାର ରାସ୍ତା-ଘାଟ ସବୁକିଛି ଜଳମଗ୍ନ ହୋଇଗଲା । ପ୍ରବଳ ବର୍ଷା ସାଙ୍ଗକୁ ପବନରେ ମୁହଁକୁ ମୁହଁ ଦିଶୁ ନ ଥାଏ । ଆକାଶରେ ଭାସି ଯାଉଥିବା କଳାବାଦଲ ସୂର୍ଯ୍ୟଙ୍କୁ ଢାଙ୍କି ଦେଇଥାଏ । ଯେ ଯୁଆଡେ ଥିଲେ ସଭିଏଁ ପକ୍କା ଘରେ ଆଶ୍ରୟ ନେଲେ । ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଆଖପାଖ ଗାଁରେ ଦେଖା ଦେଇଥିବା ବନ୍ୟା ବିଭୀଷିକାର କାହାଣୀ । ହେଲେ ବର୍ଷେ ପରେ ବି ସରକାରୀ ସହାୟତା ଆଶାରେ ରହିଛନ୍ତି କ୍ଷତିଗ୍ରସ୍ତ ।
ଆଜି ବି ବନ୍ୟାର ସେ ବିତ୍ପାତ ମନରୁ ଲିଭିନି । କି ଲିଭିନି ସେ ଦାରୁଣ ଦୁଃଖ । ତେବେ ବନ୍ୟା ଛାଡିଗଲା ପରେ ବନ୍ୟା ପୀଡିତ ପରିବାରମାନଙ୍କୁ ଅଳ୍ପ କିଛି ଘରଭଙ୍ଗା ସହାୟତା ଦେଇ ସରକାର ତାଙ୍କର କର୍ତ୍ତବ୍ୟ ସାରିଦେଇଥିବା ଦେଖିବାକୁ ମିଳିଛି ।