ସୁବର୍ଣ୍ଣପୁର: ସହରର ମାଣିକେଶ୍ବରୀ ମନ୍ଦିର 57ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ବାଇକ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନାଅନୁସାରେ, ସହର ପଟୁ ତିନିଜଣ ବାଇକ ଆରୋହୀ ବିଲାସପୁରକୁ ଯାଉଥିଲେ । ଆଉ ଏକ ବାଇକରେ ଦୁଇ ଜଣ ବାଇକ ଆରୋହୀ ମନମୁଣ୍ଡାରୁ ସହର ଭିତରକୁ ଆସୁଥିଲେ । ମାଣିକେଶ୍ବରୀ ମନ୍ଦିର ରାସ୍ତାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ସମସ୍ତ ଚାରିଜଣ ଗୁରୁତର ଭାବରେ ଆହତ ହୋଇଥିଲେ ।