ସୁବର୍ଣ୍ଣପୁର: ବାର୍ହା ଶିକାର ପାଇଁ ବିଛା ଯାଇଥିବା 11କେଭି ବିଦ୍ୟୁତ ତାରରେ ପଡି ଭଣଜା ମୃତ ଓ ମାମୁଁ ଗୁରୁତର । ସୁବର୍ଣ୍ଣପୁର ଚୌକିଯୋର ନିକଟରେ ଘଟିଛି ଏହି ଅଘଟଣ । ମୃତ ଯୁବକ ଜଣକ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସାଲେପାଲି ଗାଁର 17 ବର୍ଷୀୟ ତ୍ରିଲୋଚନ ସାଥୁଆ ବୋଲି ଜଣାପଡିଛି । ସେହିପରି ଗୁରୁତର ଯୁବକ ହେଲେ ସିଲାଟୀ ଗାଁର 32 ବର୍ଷୀୟ ମନୋଜ ବଣିଆ ।
ସୂଚନାନୁସାରେ, ସନ୍ଧ୍ୟାରେ ଉଭୟେ ମାମୁଁ, ଭଣଜା ବିନିକାରୁ କାମ ସାରି ସିଲାଟୀ ଗାଁକୁ ବାଇକରେ ଫେରୁଥିଲେ । ହେଲେ ଚୌକିଯୋର ନିକଟ ରାସ୍ତାରେ ପୂର୍ବରୁ ବାର୍ହା ଶିକାର କରିବା ପାଇଁ ବିଛା ଯାଇଥିବା 11କେଭି ବିଦ୍ୟୁତ ତାର ବାର୍ହା ଫାସରେ ପଡ଼ି ଯାଇଥିଲେ । ବାଇକରୁ ଛିଟିକି ପଡ଼ି ମନୋଜ ଗୁରୁତର ହୋଇଥିବାବେଳେ 11କେଭି ବିଦ୍ୟୁତ ତାରରେ ଲାଗି ହୋଇ ଘଟଣାସ୍ଥଳରେ ତ୍ରିଲୋଚନର ମୃତ୍ୟୁ ହୋଇଛି ।