ସୁବର୍ଣ୍ଣପୁର: ବ୍ୟକ୍ତିଙ୍କୁ ଦଳି ମାରିଲା ହାତୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ହାତିପାଉଲ ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ସେହି ଗ୍ରାମର 57 ବର୍ଷୀୟ ଉଗ୍ରସେନ ଭୋଇ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ହାତିପାଉଲ ଗାଁ ଜଙ୍ଗଲରେ ହାତୀ ପଲ କିଛି ଦିନ ହେଲା ରହି ଆସୁଛନ୍ତି । ରାତିରେ ହାତୀ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ଗାଁ ଲୋକଙ୍କ ସହ ମିଶି ରାତିରେ ଉଗ୍ରସେନ ହାତୀ ଘଉଡାଇବାକୁ ଯାଇଥିଲେ । ମାତ୍ର ସେ ହାତୀପଲର ହାବୁଡରେ ପଡି ଯାଇଥିଲେ ଏବଂ ସେଠାରେ ହାତୀ ତାଙ୍କ ଦଳି ଦେଇଥିଲା । ଘଟଣାସ୍ଥଳରେ ଉଗ୍ରସେନଙ୍କ ମୃତ୍ୟୁ ଘଟିଛି ।