ସୁବର୍ଣ୍ଣପୁର:ଭାରି ପଡିଲା ବେପରୁଆ ବାଇକ ଚାଳନା । ଟ୍ରକକୁ ପଛପଟୁ ଧକ୍କା ଦେଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ବଲାଙ୍ଗିର-ସୁବର୍ଣ୍ଣପୁର 57 ନମ୍ବର ଜାତୀୟ ରାଜପଥର ଖମ୍ବେଶ୍ବରୀପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି । ମଙ୍ଗଳବାର ରାତିରେ ଦୁଇ ଜଣ ଯୁବକ ଏକ ବାଇକ ଯୋଗେ ସୁବର୍ଣ୍ଣପୁର ସହରକୁ ଆସୁଥିବାବେଳେ ଛିଡା ହୋଇଥିବା ଟ୍ରକରେ ପିଟି ହୋଇଥିଲେ ।
ଟ୍ରକ୍କୁ ଧକ୍କା ଦେଲା ବାଇକ: ଜଣେ ମୃତ, ଅନ୍ୟଜଣେ ଗୁରୁତର - ଟ୍ରକକୁ ଧକ୍କା ଦେଲା ବାଇକ
ବଲାଙ୍ଗିର-ସୁବର୍ଣ୍ଣପୁର 57 ନମ୍ବର ଜାତୀୟ ରାଜପଥର ଖମ୍ବେଶ୍ବରୀପାଲି ନିକଟରେ ସଡ଼କ ଦୁର୍ଘ଼ଟଣା । ଟ୍ରକକୁ ପଛପଟୁ ଧକ୍କା ଦେଲା ବାଇକ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ
ଟ୍ରକକୁ ଧକ୍କା ଦେଲା ବାଇକ: ଜଣେ ମୃତ, ଜଣେ ଗୁରୁତର
ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ଥରିତ କରାଯାଇଥିଲା । ତେବେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଉଭୟ ମୃତକ ଓ ଗୁରୁତର ସଦର ଥାନା ଅନ୍ତର୍ଗତ ଉପର ଫବସିର ଗୋବିନ୍ଦ ଭୋଏ ଓ ଆନନ୍ଦ ସାହୁ ବୋଲି ଜଣାପଡ଼ିଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର